ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହେଲେ ୩ ଆତଙ୍କବାଦୀ

ଅମରନାଥ: ମଇ ୦୭: ପୁଣି ନିପାତ ହେଲେ ତିନି ଆତଙ୍କବାଦୀ। ପହଲଗାମର ଅନନ୍ତନାଗ ଜିଲ୍ଲାରେ ୩ ହିଜବୁଲ ଆତଙ୍କୀଙ୍କୁ ଏନକାଉଣ୍ଟର କରିଛନ୍ତି ସୁରକ୍ଷାକର୍ମୀ । ଅମରନାଥ ଯାତ୍ରାରେ ବାଧା ଆଣିବା ପାଇଁ ଏମାନେ ମାଷ୍ଟର ପ୍ଲାନ ଚଳାଇଥିଲେ । ତେବେ ସେମାନଙ୍କ ଯୋଜନାକୁ ପଣ୍ଡ କରିଛନ୍ତି ସୁରକ୍ଷାକର୍ମୀ । କାଶ୍ମୀର ପୋଲିସଙ୍କ କହିବାନୁଯାୟୀ ଆଜି ନିପାତ ହୋଇଥିବା ତିନି ଆତଙ୍କବାଦୀଙ୍କ ମଧ୍ୟରୁ ଅଶରଫ ମୌଲବୀ ଦୀର୍ଘ ଦିନ ଧରି ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀଙ୍କ ପାଇଁ କାମ କରୁଥିଲେ । ପହଲଗାମ ଠାରେ ଅଶରଫଙ୍କ ସମେତ ମୋଟ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ବଟକୁଟ ଜଙ୍ଗଲରେ ଅଶରଫ ଲୁଚିଥିବା ଖବର ପାଇବା ପରେ ପୁଲିସ ଓ ସେନାର ୧୯ ଆରଆର ସଂଯୁକ୍ତ ଟିମ୍ ବଟକୁଟ ଜଙ୍ଗଲକୁ ଘେରିଯାଇ ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲେ। ଏହା ଜାଣିବା ପରେ ଅଶରଫ ଓ ତାର ସହଯୋଗୀମାନେ ପୋଲିସ ଉପରକୁ ଗୁଳି ଚଳାଇଥିଲେ। ଏହାର ଜବାବରେ ପୋଲିସର ପାଲଟା ଗୁଳିରେ ଅଶରଫ ସମେତ ଅନ୍ୟ ୨ ଆତଙ୍କବାଦୀ ନିହତ ହୋଇଥିଲେ ।

Comments are closed.