ଖୁବ ଶିଘ୍ର ହେବ କୁଛକୁଛ୍‌ ହୋତାହେର ରିମେକ୍‌

ମୁମ୍ବାଇ: ଜୁଲାଇ ୦୯: ବଲିଉଡରେ ଏବେ ଚାଲିଛି ରିମେକର ସିଜିନ୍‌ । ବିଗତ ଦିନର ଫିଲ୍ମକୁ ଏବେ ରିମେକ୍‌ କରାଯାଉଛି । ଏହିକ୍ରମରେ ୧୯୯୮ରେ ଆସିଥିବା କୁଛ କୁଛ୍‌ ହୋତା ହେଁରେ ରିମେକ୍‌ ଆସିବାକୁ ଯାଉଛି । ଯାହାର କାଷ୍ଟିଂ କିଛି ଏପରି ହେବ ବୋଲି ନିଜେ ସୂଚନା ଦେଇଛନ୍ତି କରଣ ଜୋହର । ୧୯୯୮ରେ ଆସିଥିବା ହିଟ୍‌ ଫିଲ୍ମ କୁଛ କୁଛ୍‌ ହୋତା ହେଁକୁ ପ୍ରଯୋଜନା ଓ ନିର୍ଦ୍ଦେଶନା ଦେଇଥିଲେ କରଣ ଜୋହର । ଯେଉଁଥିରେ ଲିଡ୍‌ ରୋଲରେ ନଜର ଆସିଥିଲେ ଶାହାରୁଖ ଖାନ୍‌, କାଜୋଲ, ରାଣୀ ମୁଖାର୍ଜୀ । ତେବେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ସମୟରେ, କରଣ ଜୋହର ଏହି କଥା କହିଛନ୍ତି । ଆଜିକା ଦିନରେ ଯଦି କୁଛ କୁଛ୍‌ ହୋତା ହେଁରେ ରିମେକ୍‌ ହେବ, ତେବେ ସେଥିରେ କିଏ ଆସିବ ନଜର ? ଏହି ପ୍ରଶ୍ନର ଉତ୍ତର ଦେଇ କରଣ ଜୋହର କହିଥିଲେ କି, ଲିଡ୍‌ ରୋଲରେ ରଣବୀର ସିଂହ, ଆଲିଆ ଭଟ୍ଟ ଏବ ଜାହ୍ନବୀ କପୁର ରହିବେ । ଏମାନେ ମୋର ଡ୍ରିମ୍‌ କାଷ୍ଟ ହେବେ । ଯାହାକୁ ସେ ନିଜେ ନିର୍ଦ୍ଦେଶନା ଓ ପ୍ରଯୋଜନା କରିବାକୁ ଯୋଜନା ରଖିଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଶାହାରୁଖଙ୍କ ବଦଳରେ ରଣବୀର ସିଂହ, କାଜୋଲଙ୍କ ବଦଳରେ ଆଲିଆ ଭଟ୍ଟ ଆଉ ରାଣୀ ମୁଖାର୍ଜୀଙ୍କ ବଦଳରେ ଜାହ୍ନବୀ କପୁର ଦେଖିବାକୁ ମିଳିପାରେ । କି;ୁ ଶେଷରେ ସେ ଏହା ମଧ୍ୟ କହିଥିଲେ କି, ଏବେ ମୋର ଏମିତି କିଛି କରିବାର ପ୍ଲାନ ନାହିଁ । ଯଦି ଫିଲ୍ମ ହେଲା, ତେବେ ଏପରି କିଛି ହୋଇପାରେେ ।

Govt

Comments are closed.