ବିବାହ ପଞ୍ଜିକରଣ ପାଇଁ ଧର୍ମକୁ ବିଚାର କରିବା ଯୁକ୍ତିଯୁକ୍ତ ନୁହେଁ: କେରଳ ହାଇକୋର୍ଟ

ଥିରୁଭନନ୍ତପୁରମ୍‌: ବିବାହ ପଞ୍ଜିକରଣ ପାଇଁ ଧର୍ମକୁ ବିଚାର କରିବା ଯୁକ୍ତିଯୁକ୍ତ ନୁହେଁ ବୋଲି କେରଳ ହାଇକୋର୍ଟ ମ୍ୟାରେଜ ରେଜିଷ୍ଟ୍ରେସନ ନିୟମ ୨୦୦୮ ଆଧାରରେ ଏକ କେସ୍‌ର ଶୁଣାଣି କରି ଏହିପରି ରାୟ ଦେଇଛନ୍ତି ।

ଡିସେମ୍ବର ୨, ୨୦୨୧ରେ ପି.ଆର ଲଲନ ଏବଂ ଆଇଶା କେରଳ ହିନ୍ଦୁ ରୀତିନୀତିରେ ବିବାହ କରିଥିଲେ । ପୁଅ ଏରନାକୁଲମର ବାସିନ୍ଦା ଜଣେ ହିନ୍ଦୁ ହୋଇଥିବା ବେଳେ ଯୁବତୀ ଜଣଙ୍କ ମୁସଲିମ ଅଟନ୍ତି । ଏଣୁ ଧର୍ମକୁ ବିଚାର ନେଇ ସ୍ପେଶାଲ ମେରେଜ ଆକ୍‌ଟ ଅନୁଯାୟୀ ବିବାହ ପଞ୍ଜିକରଣ ହୋଇପାରିବ ନାହିଁ ବୋଲି କୋଚି କୋରପୋରେସନ ସୋସାଇଟିର ଅଧିକାରୀ କହିଥିଲେ । ଏହାପରେ ଉଭୟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କୋର୍ଟର ବିଚାରପତି ପିଭି କୁନ୍‌ହିକ୍ରିଷ୍ଣନ ସୁପ୍ରିମକୋର୍ଟଙ୍କ ଏକ ରାୟକୁ ଆଧାର କରି ଦୁଇ ସପ୍ତାହ ମଧ୍ୟରେ ବିବାହ ପଞ୍ଜିକରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହାସହିି କୋର୍ଟର ବିଚାରପତି ପିଭି କୁନ୍‌ହିକ୍ରିଷ୍ଣନ କହିଛନ୍ତି ଯେ, ଯଦି ବିବାହ କରିନଥାନ୍ତେ ତାହେଲେ ବିବାହ ପଞ୍ଜିକରଣ ନେଇ ବିଚାର ହୋଇପାରେ । କି;ୁ ବିବାହ ସରିଥିବାରୁ ଉଭୟ ମହିଳା ଏବଂ ପିଲାର ସୁରକ୍ଷା ଜରୁରୀ । ଭାରତ ଏକ ଧର୍ମନିରପେକ୍ଷ ଦେଶ । ଏଠାରେ ସମସ୍ତେ ନିଜ ନିଜ ଧର୍ମ ପାଳନ କରିପାରିବେ । ଏଥିସହ ବିବାହ ମଧ୍ୟ ନିଜ ଇଚ୍ଛାରେ କରିପାରିବେ । ତେଣୁ ବିବାହ ପଞ୍ଜିକରଣ ଉପରେ ଆପତି ଉଠାଇବା ଯୁକ୍ତିଯୁକ୍ତ ନୁହେଁ ।

Govt

Comments are closed.