ସାଧାରଣଜନତାଙ୍କୁ ମିଳିଲା ଆଶ୍ୱସ୍ତି । ପେଟ୍ରୋଲ ଓ ଡିଜେଲ ପରେ ଏବେ ଏଲପିଜି ଗ୍ୟାସ୍ ସିଲିଣ୍ଡର ଦାମ୍ ଶସ୍ତା ହୋଇଛି । ଆଜି ତୈଳ କମ୍ପାନୀ ଗୁଡ଼ିକ କମର୍ସିଆଲ୍ ଏଲପିଜି ସିଲିଣ୍ଡର ଦାମ୍ କମ୍ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ, ୧୯ କିଲୋ ଏଲପିଜି ସିଲିଣ୍ଡର ଦାମ୍ ୧୩୫ ଟଙ୍କା ଶସ୍ତା ହୋଇଛି । ଆଜିଠୁ ନୂଆ ଦର ଲାଗୁ ହୋଇଛି । ଦାମ୍ କମ୍ ପରେ କମର୍ସିଆଲ୍ ଏଲପିଜି ସିଲିଣ୍ଡର ଦାମ୍ ଅନେକ ସହରରେ ଶସ୍ତା ହୋଇଛି । ଦିଲ୍ଲୀରେ ଏଲପିଜି ସିଲିଣ୍ଡର ଦାମ୍ ୨,୨୧୯ ଟଙ୍କା ଥିବାବେଳେ କୋଲକାତାରେ ୨,୩୨୨ ଟଙ୍କା, ମୁମ୍ବାଇରେ ୨,୧୭୧ ଟଙ୍କା ଓ ଚେନ୍ନାଇରେ ୨,୩୭୩ ଟଙ୍କାରେ ପହଞ୍ଚିଛି । ତେବେ ୧୪.୨ କିଲୋ ଏଲପିଜି ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ ହୋଇ ନାହିଁ । କିଛିଦିନ ପୂର୍ବେ ଘରୋଇ ଏଲପିଜି ସିଲିଣ୍ଡର ପିଛା ୩ ଟଙ୍କା ୫୦ ପଇସା ବୃଦ୍ଧି ପାଇଥିଲା । ସେହିପରି କମର୍ସିଆଲ୍ ଏଲପିଜି ସିଲିଣ୍ଡର ଦାମରେ ୮ ଟଙ୍କା ବୃଦ୍ଧି ଘଟିଥିଲା । ସୂଚନାଥାଉ କି, ଏହା ପୂର୍ବରୁ ମେ ୭ରେ ୧୪.୨ କିଲୋ ଘରୋଇ ଏଲ¬ିଜି ଗ୍ୟାସ୍ ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ପାଇଥିଲା ।

Comments are closed.