ଆଗାମୀ ପ୍ରୋଜେକ୍ଟ ପାଇଁ ରେଡ଼ି

0

୨୦୧୧ରେ କାର୍ତ୍ତିକ ଆରିୟନଙ୍କୁ ଲଭ୍ ରଞ୍ଜନଙ୍କ ଫିଲ୍ମ ପ୍ୟାର କା ପଞ୍ଚନାମାରେ ଦେଖିବାକୁ ମିଳିଥିଲା । ଫିଲ୍ମଟି ଖୁବ ହିଟ୍ ହୋଇଥିଲା, ଦର୍ଶକ ଏହାକୁ ଖୁବ ଭଲ ପାଇବା ଦେଇଥିଲେ । ତେବେ ଏହାପରେ ଉଭୟଙ୍କ ଯୋଡି ପୁଣି ଦେଖିବାକୁ ମିଳିଥିଲା ୨୦୨୮ରେ ସୋନୁ କେ ଟିଟୁ କି ସୁଇଟିରେ, ଏହା ମଧ୍ୟ ହିଟ୍ ସାବ୍ୟସ୍ତ ହୋଇଥିଲା । ତେବେ ଏହାର ୭ବର୍ଷରେ ପରେ ପୁଣି ଏକାଠି ହେବାକୁ ଯାଉଛନ୍ତି ଏହି ବକ୍ସ ଅଫିସର ହିଟ୍ ଯୋଡି । ଲଭ ରଞ୍ଜନ ପୁଣି ଆରିୟନଙ୍କୁ ପରଦାରେ ରିଲିଜ୍ କରିବାକୁ ଯାଉଛନ୍ତି । ସୂଚନା ଅନୁସାରେ କାର୍ତ୍ତିକଙ୍କୁ ଲଭ ରଞ୍ଜନଙ୍କର ଆଗାମୀ ପ୍ରୋଜେକ୍ଟରେ ଦେଖିବାକୁ ମିଳିବ । ବର୍ତ୍ତମାନ ପ୍ରି ପ୍ରଡକସନ୍ ଷ୍ଟେଜରେ ଫିଲ୍ମଟି ରହିଛି । ଫିଲ୍ମ ବିଷୟରେ ଜଣା ପଡିବା ପରେ ଫ୍ୟାନମାନେ ଖୁବ ଖୁସି ଅଛନ୍ତି । କାର୍ତ୍ତିକଙ୍କର ଆଗାମୀ ଫିଲ୍ମ ଦେଖିବାକୁ ଫ୍ୟାନମାନେ ଖୁବ ଉତ୍ସାହିତ ଥିବା ସୋସିଆଲ ମିଡିଆରୁ ଜଣା ପଡିଛି ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.