ଘଣ୍ଟାକ ମଧ୍ୟରେ ପ୍ରତ୍ୟାହୃତ ହେଲା ରେଭେନ୍ସା ବିଶ୍ୱବିଦ୍ୟାଳୟ ନିର୍ଦେଶନାମା

କଟକ: ବାଲେଶ୍ୱର ଏଫଏମ୍ କଲେଜରେ ଛାତ୍ରୀ ଆତ୍ମାହୁତି ଘଟଣା ପରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଜାରି କରିଛି ନିର୍ଦେଶନାମା । ବିଶ୍ୱ ବିଦ୍ୟାଳୟ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କଟକଣା ଲଗାଯାଇଛି ।

ରେଭେନ୍ସା ବିଶ୍ବବିଦ୍ୟାଳୟରେ ଛାତ୍ରୀ, ଅଧ୍ୟାପିକାଙ୍କ ପାଇଁ କଟକଣା। ଅପରାହ୍ନ ସାଢ଼େ ୫ଟା ପରେ କୌଣସି ମହିଳା କର୍ମଚାରୀ କିମ୍ବା ଅଧ୍ୟାପିକା କିମ୍ବା ଛାତ୍ରୀମାନେ କଲେଜ କ୍ୟାମ୍ପସରେ ରହିପାରିବେ ନାହିଁ । ଅତି ଜରୁରୀ ସ୍ଥିତିରେ ବିଭାଗୀୟ ମୁଖ୍ୟଙ୍କ ଅନୁମତି ନେଇ କାମ କରିପାରିବେ ।

ରେଭେନ୍ସା ଆଣ୍ଟି ରାଗିଂ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା । ମହିଳାଙ୍କ କାର୍ଯ୍ୟ ଅବଧି ଏବଂ ସୁରକ୍ଷା ଦୃଷ୍ଟିକୋଣରୁ ନିର୍ଦ୍ଦେଶନାମା ଜାରି ହୋଇଥିଲା । ପରବର୍ତ୍ତୀ ନିର୍ଦେଶନାମା ଆସିବା ପର୍ଯ୍ୟନ୍ତ ବିଧିବଦ୍ଧ ଏହି କଟକଣା ଜାରି ରହିବ ବୋଲି ନିର୍ଦେଶ ଥିବାବେଳେ ଘଣ୍ଟାକ ମଧ୍ୟରେ ଏହା ପୁଣି ପ୍ରତ୍ୟାହୃତ ହୋଇଥିବା ସୂଚନା ମିଳିଛି । ତେବେ କାହିଁକି ନିର୍ଦେଶନାମା ପ୍ରତ୍ୟାହୃତ ହେଲା ସେ ନେଇ କୌଣସି ସ୍ପଟିକରଣ ଦେଇନାହାନ୍ତି କର୍ତୃପକ୍ଷ ।

Govt

Comments are closed.