ଆସନ୍ତା ଜାନୁଆରୀ ୨ତାରିଖ ପର୍ଯ୍ୟନ୍ତ ରତ୍ନଭଣ୍ଡାର ମରାମତି କାମ ବନ୍ଦ

ପୁରୀ:ଇଂରାଜୀ ନବବର୍ଷ ଏବଂ ଛୁଟି ଯୋଗୁଁ ଆଗାମୀ କିଛି ଦିନ ଧରି ଶ୍ରୀମନ୍ଦିରରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଆଗମନ ତଥା ଭିଡ ଅନୁମାନ କରାଯାଉଛି । ତେଣୁ ଠିକଣା ସମୟରେ ନୀତିକାନ୍ତି ସମ୍ପାଦନ ତଥା ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ବ୍ୟବସ୍ଥା କରାଯିବା ଉଦ୍ଦେଶ୍ୟରେ ଆସନ୍ତାକାଲି ତା ୨୫-୧୨-୨୪ ରିଖ ଠାରୁ ତା ୦୨-୦୧-୨୫ତାରିଖ ପର୍ଯ୍ଯନ୍ତ ରତ୍ନଭଣ୍ଡାର ମରାମତି କାମ ସ୍ଥଗିତ ରଖାଯାଇଛି ।

ତେବେ ପୁଣି ଥରେ ଆସନ୍ତା ତା ୦୩-୦୧-୨୫ ରିଖ ଠାରୁ ପୁଣିଥରେ ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଏବଂ ଶ୍ରୀମନ୍ଦିର ପ୍ରଶାସନ ବ୍ୟବସ୍ଥା ଅନୁସାରେ ରତ୍ନଭଣ୍ଡାର ମରାମତି ଆରମ୍ଭ ହେବ । ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

Launching Ceremony of “AYUSHMAN BHARAT

Comments are closed.