ସ୍ନାନ ପୂର୍ଣ୍ଣିମାର ପରେ ପରେ ଯେତେବେଳେ ପ୍ରଭୁ ଶ୍ରୀଜଗନ୍ନାଥ ଜରରେ ପଡନ୍ତି, ତାଙ୍କୁ ସେଇ ଜରରୁ ଉପଶମ ଦେବା ପାଇଁ ବିଭିନ୍ନ ଜଡି ବୁଟି ବ୍ୟବହାର କରାଯାଇ ସେଥିରେ ଏକ ପ୍ରକାର ତେଲ ପ୍ରସ୍ତୁତ କରାଯାଏ । ତାହାକୁ ଫୁଲୁରୀ ତେଲ କୁହାଯାଏ । ସ୍ନାନ ପୂର୍ଣ୍ଣିମାର ପାଞ୍ଚ ଦିନ ପରେ ଯେତେବେଳେ ଶ୍ରୀଜିଉ ରୀତିନୀତି ଅନୁସାରେ ୧୦୮ ଟି ପାତ୍ର ଜଳରେ ସ୍ନାନ କରି ଅସୁସ୍ଥ ହୋଇପଡନ୍ତି, ଜ୍ୱରରୁ ରକ୍ଷା ପାଇଁ ସେମାନଙ୍କୁ ଫୁଲୁରୀ ତେଲ ସେବା ନାମକ ଏକ ସ୍ୱତନ୍ତ୍ର ତେଲର ଚିକିତ୍ସା ଦିଆଯାଏ । ପ୍ରତିବର୍ଷ ରୀତିନୀତି ଅନୁଯାୟୀ ସ୍ନାନ କରିବା ପରେ ଭାଇ ଭଉଣୀଙ୍କୁ ଚିକିତ୍ସା ପାଇଁ ଅଣସର ଘରକୁ ସ୍ଥାନାନ୍ତରିତ କରାଯାଏ । ଏହି ରୋଗକୁ ଭଲ କରିବା ପାଇଁ ଭଗବାନଙ୍କୁ ଫୁଲୁରୀ ତେଲରେ ଚିକିତ୍ସା କରାଯାଏ । ଏହି ସେବା ପ୍ରଥମେ ଶ୍ରୀମଦ୍ ଭାଗବତର ଲେଖକ ଅତିବଡି ଜଗନ୍ନାଥ ଦାସଙ୍କ ଦ୍ୱାରା ପରିଚିତ ହୋଇଥିଲା । ଜଗନ୍ନାଥ ଦାଶଙ୍କ ଦ୍ୱାରା ପ୍ରତିଷ୍ଠିତ ଓଡିଆ ଭାଗବତରେ ଫୁଲୁରି ତେଲର ପ୍ରସ୍ତୁତି ପ୍ରଣାଳୀ ମଧ୍ୟ ବର୍ଣ୍ଣନା ହେଇଛି । ତେବେ ଏହି ତେଲର ଉପାଦାନ ଗୁଡ଼ିକରେ ଶୁଦ୍ଧ ତିଳ, ବେଣାର ମୂଳ ଏବଂ ସୁଗନ୍ଧିତ ଫୁଲ, ଜୁଇ, ଜାଇ ଏବଂ ମଲ୍ଲୀ ଆଦିକୁ ଅନ୍ତର୍ଭୁକ୍ତ କରାଯାଏ ।
ସାମଗ୍ରୀକୁ ଏକତ୍ର କରି ଫୁଲୁରୀ ତେଲର ପାତ୍ରକୁ ଏକ ମାଟି ପାତ୍ରରେ ରଖାଯାଏ । ସେଇ ପାତ୍ରକୁ ମଧ୍ୟ ମାଟି ସହିତ ନିବୁଜ କରାଯାଏ ଏବଂ ପ୍ରାୟ ଏକ ବର୍ଷ ଧରି ରଥ ଯାତ୍ରା ପରେ ହେରା ପଞ୍ଚମୀରୁ ଭୂମିରେ ପୋତା ଯାଇଥାଏ । ଅଣସର ରୀତିନୀତି ଅନୁଯାୟୀ, ତେଲକୁ ଓଡିଆ ପଣ୍ଡିତ ବା ପୁରୋହିତ ମାଟିରୁ ବାହାର କରି ଜଗନ୍ନାଥ ମନ୍ଦିରକୁ ପଠାନ୍ତି । ଅଣସରର ପଞ୍ଚମ ଦିନରେ, ଏହି ପ୍ରାକୃତିକ ତେଲର ଚିକିତ୍ସା ରାଜ ବୈଦ୍ୟଙ୍କ ତତ୍ତ୍ୱାବଧାନରେ ଏକ ଗୁପ୍ତ ଆରୋଗ୍ୟ ପଦ୍ଧତିର ଅଂଶ ଭାବରେ କରାଯାଏ । ଦେବତାମାନଙ୍କର ସେବାକର୍ତ୍ତା ବା ଦଇତାପତି ଏହି ତେଲକୁ ଅସୁସ୍ଥ ଦେବତାମାନଙ୍କ ଶରୀରରେ ଲଗାନ୍ତି । ସେବା ସମାପ୍ତ ହେବା ପରେ ଦେବତାମାନଙ୍କୁ କଠିନ ଖାଦ୍ୟ ଦିଆଯାଏ । ଏହି ସେବା ପୂର୍ବରୁ, ଦେବତାମାନେ ଅସୁସ୍ଥ ଥିବାରୁ ତରଳ ଖାଦ୍ୟ ଖାଇଥାନ୍ତି । ପ୍ରାୟ ୧୬୫ ଦଇତାପତି ପ୍ରଭୁଙ୍କ ସେବାରେ ଅଛନ୍ତି । ଶ୍ରୀ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କର ଏହା ଏକ ମହତ୍ୱପୂର୍ଣ୍ଣ, ରହସ୍ୟମୟ ଏବଂ ଅଦ୍ଭୁତ ରୀତିନୀତି । ବିଶ୍ୱାସ କରାଯାଏ ଯେ ଏହି ଔଷଧୀୟ ତେଲ ଚିକିତ୍ସା ଦ୍ୱାରା ଦେବତାମାନେ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ବାହାରି ମାଉସୀ ମାଆ ମନ୍ଦିରରେ ପ୍ରବାସ କରିବା ପୂର୍ବରୁ ସୁସ୍ଥ ହୁଅନ୍ତି ।
Comments are closed.