ଆଜି ବସିବ ରଥଯାତ୍ରା ସମୀକ୍ଷା ବୈଠକ, ଶୃଙ୍ଖଳିତ ଦର୍ଶନ ପାଇଁ ଆସିବ ମାର୍ଗଦର୍ଶିକା

0

ଭୁବନେଶ୍ୱର : ରଥଯାତ୍ରା ଓ ବାହୁଡ଼ା ଦର୍ଶନ ନେଇ ଆସିବ ମାର୍ଗଦର୍ଶିକା । ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ଡିଜିପି, ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ, ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ, ପୁରୀ ଜିଲ୍ଲାପାଳ ଓ ଏସପି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ବୈଠକରେ ରଥଯାତ୍ରା ଓ ବାହୁଡ଼ାଯାତ୍ରା ଆଦି ସମ୍ପର୍କରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବ।

ରଥଯାତ୍ରା, ବାହୁଡ଼ା ସମେତ ଶ୍ରୀମନ୍ଦିରରେ ପାଳନ ହେଉଥିବା ଦୈନନ୍ଦିନ ନୀତିକାଠି ଓ ଉତ୍ସବ ପାଳନରେ ବିଶୃଙ୍ଖଳା ଦେଖାଦେଉଛି । ଠାକୁରଙ୍କ ଦର୍ଶନରେ ଶୃଙ୍ଖଳା ଆସିପାରୁନି । ଠେଲାପେଲା ଭିତରେ ଠାକୁର ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଶ୍ରୀମନ୍ଦିର ଭିତରେ ଓ ବାହାରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହେଉଛି । ଶୃଙ୍ଖଳିତ ଦର୍ଶନ ଓ ଟ୍ରାଫିକ ସମସ୍ୟାର ସମାଧାନ ନେଇ ବୈଠକରେ ଆଲୋଚନା କରାଯିବ ।

ଚଳିତ ବର୍ଷ ରଥଯାତ୍ରା ଓ ବାହୁଡ଼ା ବେଳେ ଶରଧାବାଲି ଦଳାଚକଟାରେ ୩ ଜଣଙ୍କ ଜୀବନ ଯାଇଥିଲା । ଏହି ଘଟଣା ପରେ ସରକାର ଆଉ କଣ କଣ ଉତ୍ତମ ବ୍ୟବସ୍ଥା କରିବାକୁ ଯାଉଛନ୍ତି ସେନେଇ ଆଲୋଚନା କାରଯିବ ।

Leave A Reply

Your email address will not be published.