ରସିକାଙ୍କୁ ‘ଆଇକନିକ ଆୱାର୍ଡ’

ମୁମ୍ବାଇ: ଦମଦାର ଅଭିନୟ ଯୋଗୁଁ ବଲିଉଡ୍‌ ଫିଲ୍ମ ସହ ଡିଜିଟାଲ ଦୁନିଆରେ ନିଜର ସ୍ୱତନ୍ତ୍ର ସ୍ଥାନ ପMା କରିଛନ୍ତି ଅଭିନେତ୍ରୀ ରସିକା ଦୁଗଲ । ତାଙ୍କ ଅଭିନୀତି ସମସ୍ତ ଫିଲ୍ମ ଏବଂ େୱବ୍‌ ସିରିଜ୍‌ ବେଶ୍‌ ପ୍ରଶଂସନୀୟ ହୋଇପାରିଛି । ତାଙ୍କର ଦକ୍ଷତା ପାଇଁ ରସିକାଙ୍କୁ ଚଳିତ ବର୍ଷର ଆଇକନିକ୍‌ ‘ଆଚିଭର୍ସ’ ପୁରସ୍କାରରେ ସମ୍ମାନିତ କରାଯାଇଛି । ଅଭିନେତ୍ରୀ ରସିକାଙ୍କୁ ମୋଷ୍ଟ୍‌ ‘ଭର୍ସାଟାଇଲ ଆକଫର ଅଫ୍‌ ଦ ଇୟର’ ପୁରସ୍କାର ପ୍ରଦାନ କରାଯାଇଛି । ପୁରସ୍କାର ପାଇବା ପରେ ରସିକା କହିଛନ୍ତି ଯେ, ଆଇକନିକ୍‌ ଆଚିର୍ଭସ ଆୱାର୍ଡରେ ବହୁମୂଖୀ ଅଭିନେତ୍ରୀ ଭାବରେ ମାନ୍ୟତା ପାଇ ସେ ଗୌରାବନ୍ୱିତ ଅନୁଭବ କରୁଛନ୍ତି । ପ୍ରତ୍ୟେକ ନୂତନ ଭୂମିକା ଏକ ଅଭିଜ୍ଞତା ପ୍ରଦାନ କରେ ବୋଲି ସେ କହିଛନ୍ତି । ଏଥିସହ ଜୁରି ଏବଂ ଦର୍ଶକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେହିପରି ଅଭିନେତା ଅକ୍ଷୟ ଓବରାୟଙ୍କୁ ମଧ୍ୟ ‘ଦ ମୋଷ୍ଟ୍‌ ଏଣ୍ଟରପ୍ରିଜିଙ୍ଗ୍‌ ଅଫ୍‌ ଦ ଇୟର’ରେ ସମ୍ମାନିତ କରାଯାଇଛି । ଏହି ପ୍ରତିଷ୍ଠିତ ପୁରସ୍କାର ପାଇ ସେ ବହୁତ ଖୁସି ଅନୁଭବ କରୁଛନ୍ତି ବୋଲି ଅକ୍ଷୟ କହିଛନ୍ତି । ପ୍ରତି ପ୍ରୋଜେକଫରେ ତାଙ୍କର ପ୍ରଦର୍ଶନକୁ ଦର୍ଶକମାନେ ପସନ୍ଦ କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅଭିନେତ୍ରୀ ରସିକା ଖୁବଶୀଘ୍ର ‘ଲର୍ଡ କର୍ଜନ କି ହାେୱଲି’ ଏବଂ ‘ଦେହଲୀ କ୍ରାଇମ ସିଜିନ ୨’ରେ ନଜର ଆସିବେ । ସେପଟେ ଅକ୍ଷୟ ଓବରାୟ ତାଙ୍କର ଆଗାମୀ ପ୍ରୋଜେକଫ ‘ଇନ୍‌ସାଇଡ୍‌ ଏଜ୍‌ ସିଜିନ ୩’ ଏବଂ ‘ଦୋଜ୍‌ ପ୍ରାଇସେ ଠାକୁର ଗର୍ଲ୍ସ’ ପାଇଁ ବ୍ୟସ୍ତ ଅଛନ୍ତି ।

Govt

Comments are closed.