ସୋନିଆ ଗାନ୍ଧୀଙ୍କ ବ୍ୟକ୍ତିଗତ ସଚିବଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ

ନୂଆଦିଲ୍ଲୀ: ଜୁନ ୨୮: ଭାରତୀୟ ଜାତୀୟ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବ୍ୟକ୍ତିଗତ ସଚିବଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ । ଜଣେ ଦଳିତ ମହିଳା ଏହି ଦୁଷ୍କର୍ମ ଅଭିଯୋଗ କରିଛନ୍ତି । ସୋନିଆଙ୍କ ବ୍ୟକ୍ତିଗତ ସଚିବ ପିପି ମାଧବନଙ୍କ ବିରୋଧରେ ଏହି ଅଭିଯୋଗ କରାଯାଇଛି । ଏହି ଅଭିଯୋଗ ପରେ ଅନେକ ପ୍ରଶ୍ନବାଚି ସୃଷ୍ଟି ହୋଇଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ମାଧବନ ଜଣେ ଦଳିତ ମହିଳାଙ୍କୁ ଚାକିରି ଦେବେ ବୋଲି କହି ତାଙ୍କ ସହିତ ଦୁଷ୍କର୍ମ କରିଥିଲେ । ମାଧବନଙ୍କ ବିରୋଧରେ ଚାକିରି ଓ ବିବାହ କରିବା ପ୍ରତଶୃତିରେ ଦୁଷ୍କର୍ମ କରିବାର ଅଭିଯୋଗ ହୋଇଛି । ଏନେଇ ଦିଲ୍ଲୀର ଉତ୍ତମନଗର ଥାନାରେ ଏକ ମାମଲା ରୁଜୁ କରାଯାଇଛି । ସୂଚନାଥାଉକି, ପୀଡିତା ମହିଳାଙ୍କ ସ୍ୱାମୀ କଂଗ୍ରେସ କାର୍ଯ୍ୟାଳୟରେ ହୋର୍ଡିଙ୍ଗ ଲଗାଉଥିଲେ । ୨୦୨୦ ରେ ମହିଳାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା । ପରେ ତାଙ୍କୁ ଚାକିରି ଦିଆଯିବ ବୋଲି କୁହାଯାଇଥିଲା । ଜୁନ୍‌ ୨୬ରେ ଦିଲ୍ଲୀର ଉତ୍ତମନଗର ଥାନାରେ ଦୁଷ୍କର୍ମ ଧାରା ଅଧୀନରେ ମାମଲା ରୁଜୁ କରାଯାଇଛି । ଏହା ସହିତ ଡିଡିୟୁ ଡାକ୍ତରଖାନାରେ ପୋଲିସ ମହିଳାଙ୍କର ଡାକ୍ତରିମାଇନା କରିଛି । ଫେବୃଆରୀ ୨୦୨୨ରେ ତାଙ୍କ ସହିତ ଦୁଷ୍କର୍ମ କରାଯାଇଛି ବୋଲି ମହିଳା ଅଭିଯୋଗରେ କହିଛନ୍ତି ।

Comments are closed.