୧୧୯ କୋଟିରେ ଦୀପିକାଙ୍କ ପାଇଁ ରଣବିର୍‌ କିଣିଲେ ଆପାର୍ଟମେଣ୍ଟ

ମୁମ୍ବାଇ:ଜୁଲାଇ ୧୧: ରଣବୀର ସିଂ ଏବଂ ଦୀପିକା ପାଦୁକୋନ ବଲିଉଡର ସବୁଠୁ ଲୋକପ୍ରିୟ ଯୋଡି । ଅଧିକାଂଶ ବଲିଉଡ ସେଲିବ୍ରେଟିଙ୍କ ପରି ସେମାନେ ମଧ୍ୟ ବିଳାସପୂର୍ଣ୍ଣ ଲାଇଫ୍‌ ଷ୍ଟାଇଲ୍‌ ବିତାନ୍ତି । ତେବେ ଏହି ଦମ୍ପତି ମୁମ୍ବାଇର ବାନ୍ଦ୍ରାଠାରେ ଅବସ୍ଥିତ ଏକ ସୁନ୍ଦର ରେଜିଡେନ୍‌ଶିଆଲ୍‌ ଟାୱାର ସାଗର ରେଶମ୍‌ରେ ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଛନ୍ତି । ରିପୋର୍ଟ ଅନୁଯାୟୀ, ଅଭିନେତା ଏହି ଘରକୁ ୧୧୯ କୋଟିରେ କିଣିଛନ୍ତି । ଏହି ଘର ଦେଶର ଅନ୍ୟ ଆପାର୍ଟମେଣ୍ଟ ତୁଳନାରେ ସବୁଠାରୁ ମହଙ୍ଗା । ବିଶେଷ କଥା ହେଉଛି ଏହି ଟାୱାରଟି ସଲମାନ ଖାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ଏବଂ ଶାହାରୁଖ ଖାନଙ୍କ ମନତ ବଙ୍ଗଳା ମଧ୍ୟରେ ଅବସ୍ଥିତ । ତାଙ୍କ ଆପାର୍ଟମେଣ୍ଟ ଟାୱାରର ୧୬, ୧୭, ୧୮ ଏବଂ ୧୯ ମହଲାରେ ଅବସ୍ଥିତ । ଏହାର ସମୁଦାୟ ୧୧,୨୬୬ ବର୍ଗଫୁଟ ଏବଂ ୧୩୦୦ ବର୍ଗଫୁଟର ଏକ ସ୍ୱତନ୍ତ୍ର ଟେରାସ୍‌ ଅଛି । ରଣବୀର ସିଂଙ୍କୁ ଏହି ଡିଲ୍‌ ଅଧୀନରେ ୧୯ଟି ପାର୍କିଂ ସ୍ଥାନ ମିଳିଛି ।

Govt

Comments are closed.