ରାଣୀ ମୁଖାର୍ଜୀଙ୍କ ସହ ରୋମାନ୍ସ କରିବେ ସୈଫ୍‍

ସମୟ ଲାଇଭ,୨୪/୧୧: ବଲିଉଡ଼ର ପୁରୁଣା ଚଳଚିଚିତ୍ରର ସ୍ୱିକେଲ ପ୍ରସ୍ତୁତିର ଟ୍ରେଣ୍ଡ ଚ।ଲିଛି। ତେବେ ଖୁବ୍‍ ଶୀଘ୍ର ଦର୍ଶକଙ୍କ ପସନ୍ଦର ଫିଲ୍ମ ‘ବଣ୍ଟି ଔର୍‍ ବବଲୀ’ର ସ୍ୱିକେଲ ମଧ୍ୟ ପ୍ରସ୍ତୁତ ହେବାକୁ ଯାଉଛି। ଏହି ଚଳଚ୍ଚିତ୍ରରେ ରାଣୀ ମୁଖାର୍ଜୀଙ୍କ ସହ ଅଭିଷେକ ବଚ୍ଚନଙ୍କ ଯୋଡ଼ି ଦର୍ଶକ ଖୁବ୍‍ ପସନ୍ଦ କରିଥିଲେ। ତେବେ ଏହାର ସ୍ୱିକେଲ ରେ ରାଣୀଙ୍କ ବିପକ୍ଷରେ ଅଭିଷେକ ନୁହେଁ ବରଂ ସୈଫ୍‍ ଅଲ୍ଲୀ ଖାନଙ୍କୁ ଦେଖିବାକୁ ମିଳିବ। ସେହିପରି ସ୍ୱିକେଲର ନାମରେ ମଧ୍ୟ ସାମାନ୍ୟ ପରିବର୍ତ୍ତନ କରାଯିବ। ଏହାର ନାମ ‘ବଣ୍ଟି ଔର୍‍ ବବଲୀ ୨.୦’ ରଖାଯିବ। କାହାଣୀକୁ ନେଇ ସାମାନ୍ୟ ଦ୍ୱନ୍ଦରେ ଥିବା ଅଭିଷେକ ଏହି ଚଳଚ୍ଚିତ୍ରକୁ ମନା କରିଥିଲା ବେଳେ ସୈଫ୍‍ ଓ ରାଣୀଙ୍କ କେମେଷ୍ଟ୍ରି ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ହୋଇଛି।
ତେବେ ଏହି ଫିଲ୍ମରେ ସିଦ୍ଧାନ୍ତ ଚର୍ତୁବେଦୀଙ୍କ ସହ ଶର୍ବରୀ ସିଂହକୁ ମଧ୍ୟ ଦେଖିବାକୁ ମିଳିବ।

Launching Ceremony of “AYUSHMAN BHARAT

Comments are closed.