ଶାହାରୁଖ ଓ ଆମିର ଥିଲେ ରାନୀଙ୍କ କ୍ରସ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରାନୀ ମୂଖାର୍ଜୀ ତାଙ୍କର ଆଗାମୀ ଫିଲ୍ମ ‘ବଣ୍ଟି ଔର୍‌ ବବଲୀ-୨’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏହି ଫିଲ୍ମରେ ତାଙ୍କ ସହ ସୈଫ୍‌ ଅଲ୍ଲୀ ଖାନ୍‌, ସିଦ୍ଧାର୍ଥ ଚତୁର୍ବେଦୀ, ଶରବରୀ ୱାଘ ଏବଂ ପଙ୍କଜ ତ୍ରିପାଠୀ ପରି କଳାକାର ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ଏବେ ଏହି କଳାକାରମାନେ ଫିଲ୍ମର ଜୋରଦାର ପ୍ରମୋଶନ କରିବାରେ ଖୁବ ବ୍ୟସ୍ତ । ଏହି ଅବସରରେ ରାନୀ ତାଙ୍କ ସାଥୀ କଳାକାରଙ୍କ ସହ ‘ଦ କପିଲ ଶର୍ମା ଶୋ’ରେ ପହଞ୍ଚିଥିଲେ । ଏହି ଶୋରେ ରାନୀ ତାଙ୍କ ସମ୍ପର୍କରେ କିଛି ଖୁଲାସା କରିଛନ୍ତି, ଯାହାକୁ ନେଇ ଏବେ ଆଲୋଚନା ଚାଲିଛି । ନିଜ ଅଭିନୟ ଏବଂ ନିଆରା ଅନ୍ଦାଜରେ ସିନେପ୍ରେମୀଙ୍କ ହୃଦୟ ଜିତିଥିବା ରାନୀଙ୍କ କ୍ରସ୍‌ ଥିଲେ ଶାହାରୁଖ ଖାନ ଏବଂ ଆମିର ଖାନ୍‌ । କ୍ୟାରିଅର ପ୍ରାରମ୍ଭରେ ସେ ଆମିର ଏବଂ ଶାହାରୁଖଙ୍କ ପାଇଁ ପାଗଳପ୍ରାୟ ଥିଲେ ବୋଲି କହିଛନ୍ତି । ଉଭୟଙ୍କ ସହ ରୋମାଣ୍ଟିକ୍‌ ଦୃଶ୍ୟର ସୁଟ୍‌ ବେଳେ ରାନୀ ବହୁତ ନର୍ଭସ ହୋଇଯାଉଥିଲେ । ରାନୀ ଆହୁରି ମଧ୍ୟ କହିଛନ୍ତି ଯେ, ଶାହାରୁଖ ଏବଂ ଆମିରଙ୍କୁ ସ୍କ୍ରିନ୍‌ରେ ପ୍ରଥମ ଥର ଯେତେବେଳେ ଦେଖିଥିଲେ ତାଙ୍କୁ ସେତେବେଳେ ମାତ୍ର ୧୬-୧୭ ବର୍ଷ ବୟସ ହୋଇଥିଲା । ‘ଦିଲ୍‌ୱାଲେ ଦୁଲହନିଆ ଲେ ଜାଏଙ୍ଗେ’ ଏବଂ ‘କମାୟତ ସେ କମାୟତ ତକ୍‌’ ଫିଲ୍ମ ଦେଖିବା ପରେ ଉଭୟ ଅଭିନେତାଙ୍କ ପ୍ରତି ତାଙ୍କର ଦୁର୍ବଳତା ଆସିଯାଇଥିଲା । କେବଳ ସେତିକି ନୁହେଁ ରାନୀ ଆଗକୁ କହିଛନ୍ତି ଉଭୟଙ୍କ ସହ କାମ କରିଥିବାରୁ ତାଙ୍କୁ ଗର୍ବ ଅନୁଭବ ହେଉଛି ଏବଂ ସେମାନଙ୍କଠାରୁ ବହୁତ କିଛି ଶିଖିବାକୁ ପାଇଛନ୍ତି । ନିକଟରେ ରିଲିଜ୍‌ ଫିଲ୍ମ ବଣ୍ଟି ଔର୍‌ ବବଲୀର ଟ୍ରେଲରକୁ ଦର୍ଶକମାନେ ଖୁବ ପସନ୍ଦ କରିଛନ୍ତି ।

Govt

Comments are closed.