ରଣବୀର କପୁର ଏବଂ ଆଲିୟା ଭଟ୍ଟଙ୍କ ସ୍କାଏ-ଫାଇ ଥ୍ରିଲର ଫିଲ୍ମ ‘ବ୍ରହ୍ମାସ୍ତ୍ର’ ବହୁପ୍ରତିକ୍ଷୀତ ଫିଲ୍ମ ମଧ୍ୟରୁ ଏକ । ନିକଟରେ ଫିଲ୍ମର ଫାଷ୍ଟ ମୋଶନ୍ ପୋଷ୍ଟର ରିଲିଜ୍ କରାଯାଇଛି, ଯାହାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ବଢିଯାଇଛି । ମୋଶନ୍ ପୋଷ୍ଟର ସହ ନିର୍ମାତା ଫିଲ୍ମର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରିଛନ୍ତି । ୩ଟି ପାର୍ଟରେ ରିଲିଜ୍ ହେବାକୁ ଥିବା ବ୍ରହ୍ମାସ୍ତ୍ର ୫ଟି ଭାଷା ତଥା ହିନ୍ଦୀ, ତାମିଲ, ତେଲୁଗୁ, ମଲୟାଲମ ଏବଂ କନ୍ନଡରେ ମୁକ୍ତିଲାଭ କରିବ ।
ଦମଦାର ଭିଏଫ୍ଏକ୍ସ ସହ ନିର୍ମିତ ଏହା ଏକ ଥ୍ରୀଡି ଫିଲ୍ମ । ଏହାର ପ୍ରଥମ ପାର୍ଟ ସମଗ୍ର ଦେଶର ସିନେମାଘରେ ୯ ସେପଫମ୍ବେର ୨୦୨୨ରେ ରିଲିଜ୍ କରାଯିବ । ‘ବ୍ରହ୍ମାସ୍ତ୍ର’ରେ ରଣବୀର କପୁରଙ୍କ ଚରିତ୍ର ଭଗବାନ ଶିବଙ୍କ ଉପରେ ଆଧାରିତ ହୋଇଛି । ମୋଶନ ପୋଷ୍ଟରରେ ରଣବୀରଙ୍କ ହାତରେ ତ୍ରିଶୁଳ ଧରିଥିବା ଦେଖିବାକୁ ମିଳିଛି । ଏଥିସହ ବ୍ୟାକଗ୍ରାଉଣ୍ଡରେ ଭଗବାନ ଶିବଙ୍କ ମୂର୍ତ୍ତି ନଜର ଆସିଛି । ୧ ମିନିଟ୍ ୪ ସେକେଣ୍ଡର ମୋଶନ ପୋଷ୍ଟର ବହୁତ ରୋମାଞ୍ଚକର ହୋଇଥିବା ଦେଖିବାକୁ ମିଳିଛି ।

ଏହି ଫିଲ୍ମରେ ଆଲିୟା ଏବଂ ରଣବୀରଙ୍କ ବ୍ୟତୀତ ଅମିତାଭ ବଚ୍ଚନ, ନାଗାର୍ଜୁନ ଅMିନେନି ଏବଂ ମୌନୀ ରୟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଏହି ମଲଫିଷ୍ଟାରର ଫିଲ୍ମ ବଲିଉଡ୍ର ସବୁଠୁ ମହଙ୍ଗା ଫିଲ୍ମ ହେବାକୁ ଯାଉଛି । ସୂଚନା ଅନୁଯାୟୀ ଫିଲ୍ମ ନିର୍ମାତା ବଜେଟ୍କୁ ନେଇ କୌଣସି କୁଣ୍ଠାବୋଧ ପ୍ରକାଶ କରିନାହାନ୍ତି । ଏପର୍ଯ୍ୟନ୍ତ ୫୦୦କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡ଼ିଛି । ସେପଟେ ସୂତ୍ର ଅନୁଯାୟୀ ବ୍ରହ୍ମାସ୍ତ୍ର ପ୍ରତି ଦର୍ଶକଙ୍କ ଉତ୍ସୁକତା ବଢାଇବା ପାଇଁ ମେକର୍ସଙ୍କ ପାଖରେ ଅନେକ ରୋମାଞ୍ଚକର କଣ୍ଟେଟ୍ ରହିଛି, ଯାହାକୁ ସେ ଶର୍ଟ ଟିଜର ମାଧ୍ୟମରେ ଧୀରେ ଧୀରେ ମାର୍କେଟରୁ ଛାଡ଼ିବେ । ଏଥିପାଇଁ ସେ ଏକ ବିସ୍ତାରିତ ପ୍ରମୋଶନଲା କ୍ୟାମ୍ପେନ୍ ମଧ୍ୟ ଚଳାଇବେ ।
ତେବେ ଏହାର ହାଇଲାଇଟ୍ ପଏଣ୍ଟ ହେଉଛି ଶାହାରୁଖ ଖାନ, ଯିଏ ଫିଲ୍ମରେ ବୈଜ୍ଞାନିକ ଭୂମିକାରେ ନଜର ଆସିବେ । କୁହାଯାଉଛି ଯେ ଶାହାରୁଖଙ୍କ ଏଣ୍ଟ୍ରି ଫିଲ୍ମର ଖାସ୍ ପଏଣ୍ଟରେ ହେବ । ଶାହାରୁଖ ଆରମ୍ଭରୁ ୩୦ ମିନିଟ ପର୍ଯ୍ୟନ୍ତ ସ୍କ୍ରିନରେ ରହିବେ ଏବଂ ତାଙ୍କର ଚରିତ୍ର ସହ ଆରମ୍ଭ ହେବ ବ୍ରହ୍ମାସ୍ତ୍ରର ଯାତ୍ରା । ଅୟାନ ମୁଖାର୍ଜୀ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ ଅସତ୍ୟ ଉପରେ ସତ୍ୟର ବିଜୟ ପ୍ରସଙ୍ଗକୁ ନେଇ ଆଧାରିତ ହୋଇଛି ।

Comments are closed.