ଖୋଲୁଛି ରସିକ ଡାକ୍ତର ରମେଶ ସ୍ୱାଇଁଙ୍କ ଗୁମର

ଭୁବନେଶ୍ବର: ଫେବୃଆରୀ ୨୩: ଖୋଲୁଛି ରସିକ ଡାକ୍ତର ରମେଶ ସ୍ୱାଇଁଙ୍କ ଗୁମର । ତେବେ ନକଲି ଡାକ୍ତରଙ୍କ ଘରେ କମିଶନରେଟ୍ ପୋଲିସ ବର୍ତ୍ତମାନ ଚଢାଉ କରିଛି । ମଙ୍ଗଳବାର ରାତିରେ କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ୍ ରେ ଥିବା ରମେଶଙ୍କ ଘରୁ ୧୫ଟି ବ୍ୟାଙ୍କର ପାସବୁକ୍ ସ୍ଵତନ୍ତ୍ର ଟିମ୍ ଜବତ କରିଛି । ରମେଶର ଭିଣୋଇ ଗଣେଶଙ୍କ ଘରେ ମଧ୍ୟ ଚଢାଉ ହୋଇଛି । ଯେତେ ଖୋଲିଲେ ଆହୁରି ଫିଟୁଛି ନକଲି ରସିକିଆ ଡାକ୍ତରଙ୍କ ଗୁମର । ମଙ୍ଗଳବାର ଖଣ୍ଡଗିରି ଥାନାରେ ପୁଣି ଏକ ମାମଲା ରୁଜୁ ହୋଇଛି । ତେବେ ଖାଲି ଏତିକି ନୁହେଁ ଭୁବନେଶ୍ବର ଏମସ୍ରେ ଜଣଙ୍କୁ ଏମବିବିଏସ ଆଡମିଶନ କରିବାକୁ କହି ୧୮ଲକ୍ଷ ଠକି ନେଇଥିଲେ ଡାକ୍ତର ରମେଶ ସ୍ବାଇଁ । ଜଗତସିଂପୁର ଅଭୟ ଦାସଙ୍କୁ ଜାଲରେ ଫସେଇଥିଲେ । ପୁଅର ଆଡମିଶନ ପାଇଁ ଟ୍ରାକ୍ଟର ଓ ଜମି ବିକି ଏହି ଟଙ୍କା ଦେଇଥିଲେ ଅଭୟ ଦାସ । ସେପଟେ ବୁଧବାର ସରୁଛି ରମେଶଙ୍କ ୫ ଦିନିଆ ରିମାଣ୍ଡ ଅବଧି । ଗତ ୫ ଦିନ ଧରି ମାରାଥନ୍ ଜେରାରେ ରମେଶଙ୍କ ବିରୋଧରେ ଅନେକ ତଥ୍ୟ ମିଳିଛି ।

Launching Ceremony of “AYUSHMAN BHARAT

Comments are closed.