ଅଭିନେତ୍ରୀ ରମ୍ଭାଙ୍କ କାର୍‌ ଦୁର୍ଘଟଣା, ଝିଅ ଆହତ

ଦିଲ୍ଲୀ: କାନାଡାଠାରେ ଲୋକପ୍ରିୟ ବଲିଉଡ୍‌ ତଥା ଦକ୍ଷିଣ ଅଭିନେତ୍ରୀ ରମ୍ଭାଙ୍କ କାର୍‌ ଦୁର୍ଘଟଣା ହୋଇଛି । ଏଥିରେ ସେ ଅଳ୍ପକେ ବର୍ତ୍ତିଯାଇଥିଲେ ମଧ୍ୟ ତାଙ୍କ ଝିଅ ସାଶା ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ଅଭିନେତ୍ରୀ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଚିକିତ୍ସିତ ଅବସ୍ଥାରେ ଥିବା ଝିଅ ଓ ଭଙ୍ଗା କାର୍‌ର ଫଟୋ ସେୟାର୍‌ କରି ସୂଚନା ଦେଇଛନ୍ତି । ସ୍କୁଲ୍‌ରୁ ଝିଅକୁ ଘରକୁ ନେଉଥିବା ବେଳେ ଅଭିନେତ୍ରୀ ରମ୍ଭାଙ୍କ କାର୍‌ ଦୁର୍ଘଟଣା ହୋଇଥିଲା । ଜୁଡ୍‌ବା ଅଭିନେତ୍ରୀ ରମ୍ଭାଙ୍କ ସେହି ପୋଷ୍ଟରେ ବହୁ କଳାକାର ଓ ପ୍ରଶଂସକ ଝିଅ ସାଶାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଅଭିନେତ୍ରୀ ରମ୍ଭାଙ୍କ କାର୍‌ ଦୁର୍ଘଟଣା, ଝିଅ ଆହତ

ଅଭିନେତ୍ରୀ ରମ୍ଭା ବଲିଉଡ୍‌ରେ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି । ଜୁଡ୍‌ବା, କୁ୍ୟ କି.. ମୈ ଛୁଟ୍‌ ନେହି ବୋଲ୍‌ତା, ଜାନି ଦୁସ୍‌ମନ, ପ୍ୟାର୍‌ ଦିୱାନା ହୋତା ହୈ ଦାନ୍‌ବୀର, ଜୁର୍‌ମାନା, ଘର୍‌ବାଲୀ ବାହାରବାଲୀ, କ୍ରୋଧ୍‌, ବନ୍ଧନ, ବେଟି ନମ୍ବର ୱାନ୍‌ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଛନ୍ତି । ବଲିଉଡ୍‌ ଫିଲ୍ମ ବ୍ୟତିକ ସେ ଅନେକ ତେଲଗୁ, ତାମିଲ, ମାଲାୟାଲାମ, କନ୍ନଡ, ଭୋଜପୁରୀ ଓ ବେଙ୍ଗଲୀରେ ହିଟ୍‌ ଫିଲ୍ମମାନ ଦେଇଛନ୍ତି ।
ଅଭିନେତ୍ରୀ ରମ୍ଭାଙ୍କ କାର୍‌ ଦୁର୍ଘଟଣା, ଝିଅ ଆହତ

Comments are closed.