ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି, ରାମକୃଷ୍ଣ ନନ୍ଦ

0

ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଶିଶୁ ସାହିତି୍ୟକ ରାମକୃଷ୍ଣ ନନ୍ଦ ଓଡିଆ ସାହିତ୍ୟର ଜଣେ ବିଶିଷ୍ଟ କବି । ତାଙ୍କ ରଚିତ “ଆହେ ଦୟାମୟ ବିଶ୍ୱ ବିହାରୀ’ ଗୀତଟି ଓଡ଼ିଶାର ବହୁ ବିଦ୍ୟାଳୟରେ ପ୍ରାର୍ଥନା ଗୀତ ଭାବରେ ଗାନ କରାଯାଇଥାଏ । ସେ ଛାପାଖାନା ଓ ମୁଦ୍ରଣାଳୟ ପ୍ରତିଷ୍ଠା କରି, ବହୁ ଓଡ଼ିଆ ପୁସ୍ତକ ଓ ପତ୍ରିକା ପ୍ରକାଶ କରିଥିଲେ । ୧୯୦୬ ମସିହା ଫେବୃଆରୀ ୧୫ ତାରିଖରେ କଟକ ଗୋବିନ୍ଦପୁର ଅନ୍ତ୍ରର୍ଗତ ବାଇରୋଇଠାରେ ଜନ୍ମଗ୍ରହଣ କରିଥିଲେ ରାମକୃଷ୍ଣ ନନ୍ଦ । ପରିବାରର ଆର୍ଥିକ ଅବସ୍ଥା ଭଲନଥବା କାରଣରୁ ରାମକୃଷ୍ଣଙ୍କୁ ପାଠ ପଢ଼ିବା ଛାଡ଼ି ଚାକିରି କରିବାକୁ ପଡିଥିଲା । ହେଲେ ଏହାପରେ ସେ ନିଜର ପାଠପଢା ଜାରି ରଖିଥିଲେ । ୧୯୩୩ ମସିହାରେ ବାରିପଦାରେ ଶିକ୍ଷକତା କରୁଥିବା ସମୟରେ, ସେ “ଆହେ ଦୟାମୟ ବିଶ୍ୱ ବିହାରୀ’ ଗୀତଟି ରଚନା କରିଥିଲେ । ତାଙ୍କର ବିଭିନ୍ନ ରଚନାବଳୀ ଭିତରେ ତୁଳସୀଦାସ, ସାହିତ୍ୟବୋଧ, ସଂଗ୍ରାମ ଓ ସାଧନା ଭଳି ପୁସ୍ତକମାନ ରହିଛି । ୧୯୭୭ ମସିହାରେ “ଝୁମୁକା’ ପୁସ୍ତକ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ବିଶିଷ୍ଟ ସାହିତି୍ୟକଙ୍କର ୨୮ ଅକେଫାବର ୧୯୯୪ରେ ଦେହାନ୍ତ ହୋଇଥିଲା ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.