ଚାଷୀନେତା ଟିକାୟତଙ୍କ ଉପରକୁ କାଳିମାଡ଼

ବେଙ୍ଗାଲୁରୁ: ମଇ ୩୦: ଚାଷୀ ନେତା ରାକେଶ ଟିକାୟତଙ୍କ ଉପରକୁ କାଳି ମାଡ଼ । ଟିକାୟତ ଏକ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ ଦେଉଥିବା ବେଳେ ତାଙ୍କୁ ଏଭଳି ଅସଦାଚରଣ କରାଯାଇଛି । ଏହି ଦୁବୃତ୍ତମାନେ ସ୍ଥାନୀୟ ଚାଷୀ ନେତା କୋଡିହାଲି ଚନ୍ଦ୍ରଶେଖରଙ୍କ ସମର୍ଥକ ବୋଲି ଜଣାପଡ଼ିଛି । ପୂର୍ବରୁ ଚନ୍ଦ୍ରଶେଖର ଏକ ସାମ୍ବାଦିକ ସମ୍ମଳିନୀ କରିଥିଲେ । ସେଥିରେ ତାଙ୍କ ଉପରେ ମିଥ୍ୟା ଆରୋପ ଲାଗିବା କଥା ଅଭିଯୋଗ ଆଣିଥିଲେ । ତାଙ୍କ ନାମରେ ବସ ଷ୍ଟ୍ରାଇକ୍‌ ବନ୍ଦ ପାଇଁ ବଟି ଆଦାୟ କରିଥିବା ଅଭିଯୋଗ ହୋଇଥିଲା । ଏହି ସାମ୍ବାଦିକ ସମ୍ମଳନୀରେ ଚନ୍ଦ୍ରଶେଖର ଚାଷୀ ନେତା ଟିକାୟତଙ୍କ ସହ ଅନେକ କେନ୍ଦ୍ରୀୟ ନେତାଙ୍କ ନାମ ନେଇଥିଲେ । ଚନ୍ଦ୍ରଶେଖର ଜଣେ ଠକ ବୋଲି ଟିକାୟତ କହିଥିବା ସେ ଅଭିଯୋଗ କରିଥିଲେ । ଏହାକୁ ନେଇ କେନ୍ଦ୍ରୀୟ ଚାଷୀ ନେତା ଓ ସ୍ଥାନୀୟ ଚାଷୀ ନେତାଙ୍କ ମଧ୍ୟରେ ମତଭେଦ ହୋଇଥିଲା । ଏହାକୁ ନେଇ ଚନ୍ଦ୍ରଶେଖରଙ୍କ ସମର୍ଥକମାନେ କ୍ରୋଧାନ୍ୱିତ ହୋଇ ଟିକାୟତଙ୍କ ଉପରକୁ କାଳି ମାଡ଼ କରିଥିବା ଜଣାପଡ଼ିଛି ।

Govt

Comments are closed.