ନୂଆଦିଲ୍ଲୀ: ଜୁନ୍ ୦୧: ରାଜ୍ୟସଭାର ୫୭ଟି ଆସନରେ ହେବାକୁ ଥିବା ନିର୍ବାଚନ ପାଇଁ ଏବେ ବିଜେପି ଜୋରସୋରରେ ଲାଗିପଡିଛି । ପ୍ରାର୍ଥୀ ଚୟନରେ କୂଟନୀତି ସହିତ ବିଜେପି, କଂଗ୍ରେସ ସହ ଅନ୍ୟ ଦଳ ମଧ୍ୟରେ ମତଭେଦ ମଧ୍ୟ ସାମ୍ନାକୁ ଆସୁଛି । ତେବେ ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ୪ଟି ରାଜ୍ୟର ପ୍ରଭାରୀଙ୍କ ନାମ ଘୋଷଣା କରିଛି । କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ରାଜସ୍ଥାନର ଦାୟିତ୍ୱ ଦିଆଯାଇଥିବାବେଳେ ହରିୟାଣା ପାଇଁ ଗଜେନ୍ଦ୍ର ସିଂ ଶେଖାବତ, କର୍ଣ୍ଣାଟକ ପାଇଁ ଜି କିଶନ ରେzୀ ଏବଂ ମହାରାଷ୍ଟ୍ର ପାଇଁ ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରଭାରୀ ନିଯୁକ୍ତ କରାଯାଇଛି । ୨୦୨୨ ମସିହାରେ, ରାଜ୍ୟସଭା ପାଇଁ ସର୍ବାଧିକ ସଂଖ୍ୟକ ସିଟ୍ ଉତ୍ତରପ୍ରଦେଶରୁ ଖାଲି ହୋଇଛି । ଉତ୍ତରପ୍ରଦେଶରୁ ମୋଟ ୧୧ଟି ସିଟ୍ ପୂରଣ ହେବାକୁ ଥିବାବେଳେ ଲକ୍ଷ୍ମୀକାନ୍ତ ବାଜପାୟୀ, ରାଧା ମୋହନ ଅଗ୍ରୱାଲ, ସୁରେନ୍ଦ୍ର ସିଂ ନାଗର, ବାବୁରାମ ନିଶାଦ, ଦର୍ଶନା ସିଂ, ସଂଗୀତା ଯାଦବ, ମିଥଲେଶ କୁମାର, କେ ଲକ୍ଷ୍ମଣଙ୍କୁ ବିଜେପି ଟିକେଟ ଦେଇଛି । ସେହିପରି ସମାଜବାଦୀ ପାର୍ଟି କଂଗ୍ରେସର ପୂର୍ବତନ ନେତା କପିଲ ସିବଲଙ୍କୁ ପ୍ରାର୍ଥୀ କରିଛି । ଉତ୍ତରାଖଣ୍ଡରୁ ୧, ବିହାରରୁ ୫, ଝାଡଖଣ୍ଡରୁ ୨, ହରିୟାଣା, ପଞ୍ଜାବ, ଛତିଶଗଡରୁ ୨, ରାଜସ୍ଥାନର ଓ ଆନ୍ଧ୍ରପ୍ରଦେଶରୁ ୪ଟି ଆସନ ଖାଲି ହେବାର ଅଛି । ସେହିପରି ମଧ୍ୟପ୍ରଦେଶରୁ ୩, କର୍ଣ୍ଣାଟକରୁ ୪, ତାମିଲନାଡୁରୁ ୬, ଓଡିଶାରୁ ୪ ଏବଂ ତେଲେଙ୍ଗାନାର ଦୁଇଟି ସିଟ୍ ପାଇଁ ନିର୍ବାଚନ ହେବ । ରାଜସ୍ଥାନର ଚାରୋଟି ଆସନରେ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହେବ । ଏଠାରେ କଂଗ୍ରେସ ଏବଂ ବିଜେପିର ପ୍ରାର୍ଥୀମାନେ ମୁହାଁମୁହିଁ ହୋଇଛନ୍ତି । ସେଠାରେ ସୁଭାଷ ଚନ୍ଦ୍ରା ପ୍ରାର୍ଥୀପତ୍ର ଦାଖଲ ପରେ କଂଗ୍ରେସ ପାଇଁ ସମସ୍ୟା ଉପୁଜିଛି ।
Comments are closed.