ଦିଲ୍ଲୀ : ଜୁନ୍ ୧୧: ରାଜ୍ୟସଭା ନିର୍ବାଚନରେ ବିଜେପି ନିଜର ଶକ୍ତି ପ୍ରଦର୍ଶନ କରିଛି । ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନରେ ୬ଟି ଆସନରୁ ବିଜେପି ୩ଟିରେ ହାସଲ କରିଛି । ବିଜେପିର ବିଜୟୀ ପ୍ରାର୍ଥୀମାନେ ହେଲେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟାଲ୍, ପୂର୍ବତନ ରାଜ୍ୟମନ୍ତ୍ରୀ ଅନୀଲ ବଣ୍ଡେ ଏବଂ ଧନଞ୍ଜୟ ମହାଦିକ । ତେବେ ବାକି ୩ଟି ଆସନରେ ଶିବସେନା, ଏନ୍ସିପି ଓ କଂଗ୍ରେସ ଦଳର ପାର୍ଥୀ ବିଜୟ ହୋଇଛନ୍ତି । ସେମାନେ ହେଲେ ଶିବସେନାର ସଞ୍ଜୟ ରାଉତ, ଏନ୍ସିପିର ପ୍ରଫୁଲ ପଟେଲ୍ ଏବଂ କଂଗ୍ରେସର ଇମ୍ରାନ୍ ପ୍ରତାପଗଡ଼ି ।
ଅନ୍ୟପକ୍ଷରେ, ହରିୟାଣାରେ ବିଜେପିର କୃଷ୍ଣଲାଲ୍ ପନ୍ୱାର ଏବଂ ବିଜେପି ସମର୍ଥୀତ ସ୍ୱାଧୀନ ପ୍ରାର୍ଥୀ କାର୍ତ୍ତିକେୟ ଶର୍ମା ୨ଟି ଆସନ ହାସଲ କରିଛନ୍ତି ।
Comments are closed.