ରାଜ୍ୟସଭା ନିର୍ବାଚନ ପାଇଁ ମତଦାନ ଆଜି

ନୂଆଦିଲ୍ଲୀ: ଜୁନ ୧୦: ରାଜସ୍ଥାନ, ମହାରାଷ୍ଟ୍ର, ହରିୟାଣା ଏବଂ କର୍ଣ୍ଣାଟକ ରାଜ୍ୟର ୧୬ଟି ରାଜ୍ୟସଭା ଆସନ ପାଇଁ ଆଜି ଭୋଟ୍‌ ଗ୍ରହଣ ଚାଲିଛି । ସକାଳ ୯ଟାରୁ ଆରମ୍ଭ ହୋଇଥିବା ପ୍ରକ୍ରିୟା ଅପରାହ@ ୪ ପର୍ଯ୍ୟନ୍ତ ଚାଲିବ । ରିସର୍ଟରେ ରହଣି ପରେ ହରିୟାଣାର କଂଗ୍ରେସ ବିଧାୟକମାନେ ଦିଲ୍ଲୀରୁ ଚଣ୍ଡୀଗଡ଼ ଆସୁଛନ୍ତି । ସେହିପରି, ଉଦୟପୁର ରିସର୍ଟରୁ ଆସି ଗତ ସନ୍ଧ୍ୟାରୁ ଜୟପୁର ତହସିଲର ହୋଟେଲ୍‌ ଲୀଳାରେ ରହିଛନ୍ତି । ସୁରକ୍ଷା ପାଇଁ ଡିଭିଜ୍ନାଲ୍‌ କମିସନର୍‌ ଜୟପୁର ତହସିଲରେ ଇଣ୍ଟର୍ନେଟ୍‌ ବନ୍ଦ କରାଇଛନ୍ତି । ରାଜ୍ୟସଭା ନିର୍ବାଚନ ନିମନ୍ତେ ମତଦାନ କରିବା ସହ ତିନୋଟିଯାକ ଆସନରେ ଜୟଯୁକ୍ତ ହେବେ ବୋଲି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଟୁଇଟ୍‌ କରି କହିଛନ୍ତି । ଭୋଟ୍‌ ଦେବା ପାଇଁ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ୍‌ ମୁମ୍ବାଇରେ ଥିବା ବିଧାନସଭାରେ ପହଞ୍ଚିଛନ୍ତି । କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ ମଧ୍ୟ ବିଧାନସଭାରେ ଭୋଟ୍‌ ଦେଇଛନ୍ତି । ମତଦାନ ଶେଷ ହେବା ପରେ ଆଜି ଅପରାହ@ ୫ଟାରୁ ଭୋଟ୍‌ ଗଣନା ଆରମ୍ଭ ହେବ । ରାଜ୍ୟସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରମୁଖ ପ୍ରାର୍ଥୀମାନଙ୍କ ମଧ୍ୟରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଓ ପୀୟୂଷ ଗୋୟଲ୍‌, କଂଗ୍ରେସ ପ୍ରାର୍ଥୀ ରଣଦୀପ ସୂର୍ଯେ୍ୟୱାଲା, ଜୟରାମ ରମେଶ ଏବଂ ମୁକୁଲ ୱାସ୍ନିକ ଏବଂ ଶିବସେନାର ସଞ୍ଜୟ ରାଉତ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି ।

Govt

Comments are closed.