ଭୁଜ୍‌ରେ ସେନା ସହ ଦଶହରା ପାଳିବେ ରାଜନାଥ

ନୂଆଦିଲ୍ଲୀ:  ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଚଳିତ ବର୍ଷ ଗୁଜରାଟର ଭୁଜ୍‌ ଠାରେ ସେନା ବାହିନୀ ସହିତ ଦଶହରା ପାଳନ କରିବେ। ଦଶହରାରେ ଅସ୍ତ୍ରଶସ୍ତ୍ର ପୂଜା କରାଯାଉଥିବାବେଳେ ଏହି ଦିନ ଭୁଜ୍‌ ସେନା ଶିବିରଠାରେ ସେ ‘ଶସ୍ତ୍ର ପୂଜା’ କରିବେ।   ଅକ୍ଟୋବର ୧ ଓ ୨ରେ ରାଜନାଥ ଭୁଜ୍‌ରେ ଉପସ୍ଥିତ ରହିବେ। ପ୍ରତିବର୍ଷ ସେ ସେନାବାହିନୀ ସହିତ ବିଜୟା ଦଶମୀ ପାଳନ କରିଥାନ୍ତି। ଗତବର୍ଷ ଦାର୍ଜିଲିଂର ସୁକନାରେ ୩୩ କର୍ପସ ମୁଖ୍ୟାଳୟରେ ଦଶହରା ପାଳନ କରିଥିଲେ। ୧ ତାରିଖରେ ରାଜନାଥ ସେନା ଅଧିକାରୀ ଓ ଯବାନଙ୍କ ସହିତ ପାରମ୍ପରିକ ଭୋଜି ‘ବଡ଼ା ଖାନ୍ନା’ରେ ଭାଗ ନେବେ। ଏହା ପରଦିନ ସେ ଶସ୍ତ୍ର ପୂଜା କରିବେ। ଏହାସହିତ ଭାରତ-ପାକିସ୍ତାନ ସୀମା ଲକ୍କି ନାଲାଠାରେ ହେବାକୁ ଥିବା ସାମରିକ ଅଭ୍ୟାସ ଦେଖିବେ। ଏଥିରେ ସେନାର ତିନି ବାହିନୀ ସହିତ ତଟରକ୍ଷା ବାହିନୀ ଓ ଅନ୍ୟ ସୁରକ୍ଷା ସଂସ୍ଥା ଭାଗ ନେବେ।

Launching Ceremony of “AYUSHMAN BHARAT

Comments are closed.