ରଜନୀକାନ୍ତଙ୍କୁ ‘ଦାଦାସାହେବ ଫାଲ୍‌କେ’ପୁରସ୍କାର, କଙ୍ଗନା, ମନୋଜ ଏବଂ ଧନୁଶଙ୍କୁ ଜାତୀୟ ପୁରସ୍କାର

ଦିଲ୍ଲୀ: ଅକ୍‌ଟୋବର ୨୫: ଆଜି ୬୭ ତମ ଜାତୀୟ ଫିଲ୍ମ ପୁରସ୍କାର ଅନୁଷ୍ଠିତ ହୋଇଯାଇଛି । ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ବିଜେତାଙ୍କୁ ପୁରସ୍କାର ଦେଇ ସମ୍ମାନିତ କରିଛନ୍ତି । ଏଥିରେ ସାଉଥ୍‌ର ସୁରଷ୍ଟାର ଅଭିନେତା ରଜନୀକାନ୍ତଙ୍କୁ ଶ୍ରେଷ୍ଠ ସମ୍ମାନ ‘ଦାଦାସାହେବ ଫାଲକେ’ ପୁରସ୍କାରରେ ସମ୍ମାନିତ କରାଯାଇଛି ।

ହିନ୍ଦୀ ସିନେମା ବିଭାଗରେ ଏଥର ୨୦୧୯ରେ ରିଲିଜ ହୋଇଥିବା ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଫିଲ୍ମ ‘ଛିଛୋରେ’କୁ ସର୍ବୋତ୍ତମ ହିନ୍ଦୀ ଫିଲ୍ମ ଭାବେ ପୁରସ୍କାର ଦିଆଯଆଇଛି । ସେହିପରି ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ଫିଲ୍ମ ‘ମଣିକର୍ଣ୍ଣିକା’ ଓ ‘ପଙ୍ଗା’ ପାଇଁ ସର୍ବଶ୍ରେଷ୍ଠ ଅଭିନେତ୍ରୀ , ଅଭିନେତା ମନୋଜ ବାଜପେୟୀଙ୍କୁ ଫିଲ୍ମ‘ଭୋଂସଲେ’ ଏବଂ ଧନୁଶଙ୍କୁ ଫିଲ୍ମ ‘ଅସୁରନ୍‌’ ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାରରେ ସମ୍ମାନିତ କରାଯାଇଛି । ଏଥିସହ ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମ ‘କେଶରୀ’ର ସୁପରହିଟ୍‌ ଗୀତ ‘ତେରି ମିଟ୍ଟି’ ପାଇଁ ବି ବରାକ୍‌ଙ୍କୁ ଶ୍ରେଷ୍ଠ ପୁରୁଷ ପ୍ରଚ୍ଛଦପଟ୍ଟ ଗାୟକ ସମ୍ମାନ ଦିଆଯାଇଛି ।

Launching Ceremony of “AYUSHMAN BHARAT

Comments are closed.