ରିଆଲିଟି ଶୋରେ ରଜ

ରଜରେ କେବଳ ଫିଲ୍ମ ରିଲିଜ୍‌ ହୋଇଥାଏ ତାହା ନୁହେଁ । ଛୋଟ ପରଦାରେ ମଧ୍ୟ ଏହାର କ୍ରେଜ ଦେଖିବାକୁ ମିଳିଥାଏ । ଏକାଧିକ ଟିଭି ଚ୍ୟାନେଲ୍‌ରେ ରିଆଲିଟି ଶୋ ରଜର ଥିମ୍‌କୁ ନେଇ ପ୍ରସାରଣ କରାଯାଇଥାଏ, ଯାହାର ଭରପୁର ମଜା ଦର୍ଶକ ନେଇଥାଆନ୍ତି ।

ରଜ ଆସିଲେ ପୁର ପଲ୍ଲୀରେ ଆରମ୍ଭ ହୋଇଥାଏ ସେଲିବ୍ରେସନର ମାହୋଲ । ସମସ୍ତେ ଏହି ତିନିଦିନ ଦୋଳି ଖେଳି, ପିଠା ଖାଇ, ପାନ ଖାଇ ମଉଜ ମଜଲିସ୍‌ରେ କାଟନ୍ତି । ତେବେ ଏଥିରେ ଫିଲ୍ମ ଦେଖା ଓ ଟିଭି ଦେଖା ଖୁବ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ରଜରେ କେବଳ ଫିଲ୍ମ ରିଲିଜ୍‌ ହୁଏ ତାହା ନୁହେଁ ରଜର ଅନେକ ଦିନ ଆଗରୁ ବିଭିନ୍ନ ଟିଭି ଚ୍ୟାନେଲ୍‌ରେ ପ୍ରସାରିତ ହୋଇଥାଏ ରିଆଲିଟି ଶୋ, ଯାହାକୁ ରଜ ଥିମ୍‌ରେ ପ୍ରସ୍ତୁତ କରାଯାଇଥାଏ । ଘରେଘରେ ଏହି ଧାରାବାହିକ ଗୁଡିକର କ୍ରେଜ ଦେଖିବାକୁ ମିଳିଥାଏ । ଘରେ ସମସ୍ତେ ଏକାଠି ବସି ଏହି ଶୋ ଗୁଡିକର ମଜା ନେଇ ଥାଆନ୍ତି । ଏହି ଶୋରେ ବିଜେତା ହେବା ପରେ କିଛି ଝିଅଙ୍କର ଭାଗ୍ୟ ମଧ୍ୟ ବଦଳି ଯାଇଥାଏ । ସେମାନେ ଏଥିରେ ବିଜେତା ହେବା ପରେ ଓଲିଉଡରେ ଫିଲ୍ମ କରିବାର ସୁଯୋଗ ପାଇଥାଆନ୍ତି । ଏଭଳି ଅନେକ ଉଦହରଣ ପୂର୍ବରୁ ରହିଛି, ଯେଉଁମାନେ ଏଭଳି ରିଆଲିଟି ଶୋର ବିଜେତା ହେବା ପରେ ଓଲିଉଡ ହିରୋଇନ ହୋଇ ପାରିଛନ୍ତି । କେବଳ ଫିଲ୍ମ ନୁହେଁ ସେମାନଙ୍କୁ ଛୋଟ ପରଦାରେ ସିରିଏଲ କରୁଥିବାର ମଧ୍ୟ ଦେଖିବାକୁ ମିଳିଥାଏ । ଆସନ୍ତୁ ସେହିଭଳି କିଛି ରିଆଲିଟି ଶୋ ସମ୍ପର୍କରେ ଅଳ୍ପରେ ଜାଣିବା ।

ରଜ ରାଜ କୁମାରୀ
ଛୋଟ ପରଦାର ତରଙ୍ଗ ଚ୍ୟାନେଲ ଖୁବ ପରିଚିତ ଅଟେ । ଏଥିରେ ରଜ ଥିମ୍‌ ଉପରେ ପ୍ରସାରିତ ହେଉଛି ରଜ ରାଜ କୁମାରୀ । ଏହି ଶୋ ଟିର ଖୁବ କ୍ରେଜ ଦର୍ଶକଙ୍କ ଭିତରେ ରହିଛି । ଏଥିରେ ଜଜ୍‌ ଭାବେ ଲିପ୍‌ସା ଓ ବବି ମିଶ୍ରଙ୍କୁ ଦେଖିବାକୁ ମିଳିଛି । ଉଭୟ ଓଲିଉଡ ଇଣ୍ଡଷ୍ଟ୍ରୀର ବେଶ୍‌ ଜଣାଶୁଣା ଚେହେରା । ଏହି ପ୍ରତିଯୋଗିତାରେ ଓଡ଼ିଶାର କୋଣ ଅନୁକୋଣରୁ ଝିଅମାନେ ସାମିଲ ହୋଇଥାଆନ୍ତି । ସେମାନେ ଏଠାରେ ନିଜର ବିଭିନ୍ନ ପ୍ରତିଭା ଦେଖାଇଥାଆନ୍ତି ଯେପରି ଗାତ ବୋଲିବା, ନୃତ୍ୟ ଓ ଅଭିନୟ । ଏହି ସମସ୍ତ ପ୍ରତିଭାକୁ ଦେଖି ଜଜ୍‌ମାନେ ସେମାନଙ୍କୁ ଜଜ୍‌ କରି ନିଜର ନିଷ୍ପତ୍ତି ଶୁଣାଇଥାଆନ୍ତି । ଏହି ପ୍ରତିଯୋଗିତା ଖୁବ ଅଧିକ ଦିନ ଧରି ଚାଲିଥାଏ । ରଜ ରାଜ କୁମାରୀ ଧାରାବାହିକଟି ଓଡିଆ ଟିଭି ଚ୍ୟାନେଲ ତରଙ୍ଗରେ ପ୍ରତ୍ୟେକ ଶନିବାର ଓ ରବିବାର ପ୍ରସାରିତ ହୋଇଥାଏ । ଯାହାର ଶେଷ ଜୁନ୍‌ ମାସ ଅର୍ଥାତ ରଜ ସମୟରେ ହୋଇଥାଏ । ଏଥିରେ ଯେଉଁ ପ୍ରତିଯୋଗୀ ଭାଗ ନେଇଥାଆନ୍ତି ସେମାନଙ୍କୁ ପ୍ରତିଯୋଗିତାପରେ ମଧ୍ୟ ବିଭିନ୍ନ ସୁଯୋଗ ମିଳିଥାଏ ।

ରଜ ସାଇନିଂ ଷ୍ଟାର
ତରଙ୍ଗରେ ଆଉ ଏକ ରିଆଲିଟି ଶୋ ମଧ୍ୟ ଖୁବ ଚର୍ଚ୍ଚାରେ ରହିଛି । ଏହି ଶୋର ନାଁ ରଜ ସାଇନିଂ ଷ୍ଟାର । ଯେଉଁଥିରେ ପ୍ରତିଯୋଗୀମାନେ ନିଜର ଅଭିନୟର ପ୍ରତିଭା ଜଜ୍‌ଙ୍କ ଆଗରେ ଉପସ୍ଥାପନା କରନ୍ତି ଏବଂ ସେଥିରୁ ଜଜ୍‌ମାନେ ଭଲ ପ୍ରତିଭାଥିବା ପ୍ରତିଯୋଗୀଙ୍କୁ ବିଜେତା କରିଥାଆନ୍ତି । ସେମାନଙ୍କୁ ଏହି ପ୍ରତିଯୋଗିତା ଜିତିବା ପରେ ଅଭିନୟ ଦୁନିଆରେ ଅନେକ ସୁଯୋଗ ମିଳିଥାଏ । ସେହିଭଳି ଏହି ପ୍ରତିଯୋଗିତା ଗୁଡିକରେ ବେଶ୍‌ ଭଲ ଅଭିନୟ କରିପାରୁଥିବା ପ୍ରତିଯୋଗି ମଧ୍ୟ ରହିଥାଆନ୍ତି । ଛୋଟଛୋଟ ଗାଁରୁ ମଧ୍ୟ ଏଥିରେ ଅଭିନୟ କରିବାକୁ ଝିଅମାନେ ଆସିଥାଆନ୍ତି । ଏହିଭଳି ରିଆଲିଟି ଶୋ ଅନେକ ପ୍ରତିଯୋଗିଙ୍କୁ ସୁଯୋଗ ଦେଇଥାଏ । ଯେଉଁମାନେ ନିଜ ପ୍ରତିଭାକୁ ପ୍ରଦର୍ଶନ କରିବାକୁ ପ୍ଲାଟଫର୍ମ ପାଉନାହାନ୍ତି ସେମାନଙ୍କ ପାଇଁ ଏହା ଖୁବ ସହାୟକ ହୋଇଥାଏ ।

ରଜ କୁଇନ୍‌
ରଜକୁ ନେଇ ଜି ସାର୍ଥକରେ ପ୍ରସାରିତ ହୋଇଥାଏ ରିଆଲିଟି ଶୋ ରଜ କୁଇନ୍‌ । ଏଥିରେ ଓଡ଼ିଶାର ପୁରପଲ୍ଲୀରୁ ଅନେକ ଝିଅ ପ୍ରତିଯୋଗିଭାବେ ଭାଗ ନେଇଥାଆନ୍ତି । ସେମାନେ ନିଜର ଅଭିନୟ, ନୃତ୍ୟ, ସଙ୍ଗୀତ. ରାମ୍ପଓ୍ୱାକ୍‌ ଭଳି ପ୍ରତିଭାକୁ ଦର୍ଶକଙ୍କ ଆଗରେ ପ୍ରଦର୍ଶନ କରନ୍ତି । ଏହି ଶୋରେ ଲିପି, ଶ୍ରୀତମ, ଦେବାଶିଷ, ସୁରମୟୀ, ଅନୁଭାଙ୍କ ଭଳି ଅଭିଜ୍ଞ କଳାକାରଙ୍କୁ ଜଜ୍‌ ଭାବେ ଦେଖିବାକୁ ମିଳିଥାଏ । ଜଜ୍‌ମାନେ ପ୍ରତିଯୋଗୀଙ୍କର ବିଭିନ୍ନ କଳାକୁ ଜଜ୍‌କରି ନିଜର ନିଷ୍ପତ୍ତି ଜଣାଇଥାଆନ୍ତି । ଏଥିରେ ଭାଗ ନେଇଥିବା ପ୍ରତିଯୋଗିମାନଙ୍କୁ ଓଡିଆ ଧାରାବାହିକ ଓ ଫିଲ୍ମରେ ସୁଯୋଗ ମିଳିଥାଏ । ଏଥିରେ ପ୍ରତିଯୋଗିମାନେ ଅଡିସନ ଦେବାପରେ ବିଭିନ୍ନ ରାଉଣ୍ଡ ଦେଇ ଚୟନ ହୋଇଥାଆନ୍ତି । ଏହାର ଗ୍ରାଣ୍ଡ୍‌ ଫାଇନାଲ ମଧ୍ୟ ରଜ ସମୟରେ ହିଁ ହୋଇଥାଏ । ରଜରେ ଏହି ରିଆଲିଟି ଶୋ ଗୁଡିକୁ ସମସ୍ତେ ଖୁବ ଉପଭୋଗ କରନ୍ତି ।


ରଜସୁନ୍ଦରୀ

ରଜ ଥିମ୍‌କୁ ନେଇ ପ୍ରସାରିତ ହେଉଥିବା ରିଆଲିଟି ଶୋ ମଧ୍ୟରେ ରଜ ସୁନ୍ଦରୀ ଶୋର କ୍ରେଜ ଖୁବ ଅଧିକ । ସିଦ୍ଧାର୍ଥ ଟିଭିରେ ପ୍ରସାରିତ ହେଉଥିବା ଏହି ଶୋଟି ଦେଖିବାକୁ ଘରେଘରେ ଭିଡ ଯମିଥାଏ । ସନ୍ଧ୍ୟା ହୋଇଗଲେ ଟିଭି ଅନ୍‌ କରି ଲୋକମାନେ ବସିଯାଇଥାଆନ୍ତି ଏହାକୁ ଦେଖିବାକୁ । ପ୍ରତିସପ୍ତାହର ଗୁରୁବାରରୁ ରବିବାର ପର୍ଯ୍ୟନ୍ତ ଏହି ଧାରାବାହିକଟି ସିଦ୍ଧାର୍ଥ ଚ୍ୟାନେଲ୍‌ରେ ପ୍ରସାରିତ ହୋଇଥାଏ । ଏହି ରିଆଲିଟି ଶୋରେ ପ୍ରତିଯୋଗିମାନେ ଅଡିସନ ଜରିଆରେ ଏହି ଶୋରେ ଏଣ୍ଟ୍ରି କରିଥାଆନ୍ତି । ଏହାପରେ ବିଭିନ୍ନ ରାଉଣ୍ଡ ଦେଇ ସେମାନେ ଆଗକୁ ବଢିଥାଆନ୍ତି । ପ୍ରତିଟି ରାଉଣ୍ଡରେ ସେମାନଙ୍କୁ ସେମାନଙ୍କର କିଛି ସ୍ୱତନ୍ତ୍ର ପ୍ରତିଭା ଜଜ୍‌ ମାନଙ୍କ ଆଗରେ ପ୍ରଦର୍ଶନ କରିବାକୁ ହୋଇଥାଏ । ଏହି ପ୍ରତିଭାକୁ ଜଜ୍‌ମାନେ ଜଜ୍‌ କରିବା ସହିତ ଭଲ ପ୍ରତିଯୋଗୀଙ୍କୁ ବାଛିଥାଆନ୍ତି ଯେଉଁମାନେ ଆଗ ରାଉଣ୍ଡକୁ ଯିବେ । ଏଭଳି ଭାବେ ଟପ୍‌ ୧୫, ଟପ୍‌ ୧୦, ଟପ୍‌ ୫ ବଛା ଯାଇଥାଏ । ଏହାପରେ ଶେଷରେ ଗ୍ରାଣ୍ଡ୍‌ ଫାଇନାଲ ରାଉଣ୍ଡରେ ବିଜେତାଙ୍କୁ ବଛା ଯାଇଥାଏ । ଯିଏ ବିଜେତା ହୋଇଥାଆନ୍ତି ତାଙ୍କୁ ପ୍ରାଇଜ୍‌ ମନି ସହିତ ବିଭିନ୍ନ ସୁଯୋଗ ମଧ୍ୟ ପ୍ରଦାନ କରାଯାଇଥାଏ । ଚଳିତ ସିଜିନ୍‌ରେ ଏହି ଶୋରେ ଜଜ୍‌ ଭାବେ ଦର୍ଶକ ଓଡିଆ ପୁପିନ୍ଦର, ରିଆ, ଦୀପକଙ୍କୁ ଦେଖିବାକୁ ମିଳୁଛି । ସେହିଭଳି ପ୍ରତିଯୋଗୀଙ୍କ ଭିତରେ ଇପସିତା ରାଉତ୍‌, ସ୍ୱପ୍ନା ରାଣୀ, ଅର୍ପିତା ମହାନ୍ତି, ସସ୍ମିତା ବାରିକ, ଆଶାରାଣୀ ତ୍ରିପାଠୀଙ୍କ ଭଳି ଭଲଭଲ ପ୍ରତିଯୋଗୀ ସାମିଲ ଥିଲେ ।

Govt

Comments are closed.