ବନସ୍ତେ ଡାକିଲା ଗଜ, ଆଜି ହେଲା ପହିଲି ରଜ

ବାରମାସରେ ତେର ପର୍ବ ପାଳନର ରାଜ୍ୟ ହେଲା ଓଡ଼ିଶା । ଏଠାରେ ବିଭିନ୍ନ ଦେବାଦେବୀଙ୍କ ଭିନ୍ନଭିନ୍ନ ପର୍ବ ପାଳନ ହୋଇଥାଏ ହେଲେ ସେଥିରୁ ରଜର ସ୍ୱତନ୍ତ୍ର ସ୍ଥାନ ରହିଛି । କୃଷି ଭିତ୍ତିକ ପର୍ବ ଓ ଗଣ ପର୍ବ ଭାବେ ଏହା ପୁରପଲ୍ଲୀରେ ପରିଚିତ ।

ଆଜି ରାଜ୍ୟରେ ପ୍ରଥମ ରଜ ଆରମ୍ଭ ହୋଇଛି । ପରମ୍ପରା ଓ ସଂସ୍କତି ଅନୁସାରେ, ଆଜିର ଦିନରେ ଝିଅମାନେ ସଜବାଜ ହୋଇଥାନ୍ତି । ବିଭିନ୍ନ ନୀତିକୁ ନେଇ ଏହି ପର୍ବ ୩ଦିନ ଧରି ପାଳନ କରାଯାଏ । ଏହି ପର୍ବ କୃଷି କାର୍ଯ୍ୟ ଆରମ୍ଭର ସୂଚନା ଦେଇଥାଏ । ଏହି ପର୍ବ ପାଳନ ପଛରେ ରହିଛି ନାରୀଙ୍କୁ ସମ୍ମାନ ଦେବାର ସ୍ୱତନ୍ତ୍ର ପ୍ରୟାସ ।

ବନସ୍ତେ ଡାକିଲା ଗଜ, ଆଜି ହେଲା ପହିଲି ରଜ

ଏହି ପର୍ବରେ ମାଧ୍ୟମରେ ମାଟି ମା’କୁ ଜଣେ ସାଧାରଣ ନାରୀ ସହ ତୂଳନା କରାଯାଇଥାଏ । ସାଧାରଣ ଯୁବତୀ ମାନେ ରଜ୍ୱସଳା ହେବା ପରେ ନିଜର ଭବିଷ୍ୟତ ପାଇଁ ପ୍ରସ୍ତୁତ ହୁଅନ୍ତି । ସେହିପରି ଧରଣୀ ମା’ ମଧ୍ୟ ଏହି ତିନିଦିନରେ ନୂଆ ଫସଲ ପାଇଁ ନିଜକୁ ପ୍ରସ୍ତୁତ କରିଥାଏ । ରଜରେ ଗାଁ ଗାଁରେ ଉତ୍ସବର ମାହୋଲ ଦେଖାଦେଇଥାଏ । ପାନ ଓ ପିଠା ଖାଇ, ଦୋଳି ଖେଳି ଆନନ୍ଦ ଉଲ୍ଲାସରେ ସମସ୍ତେ ଏହି ପର୍ବର ମଜା ନିଅନ୍ତି ।

ବନସ୍ତେ ଡାକିଲା ଗଜ, ଆଜି ହେଲା ପହିଲି ରଜ

ଏହି ପର୍ବ ସମାଜର ସବୁ ବର୍ଗଙ୍କ ମଧ୍ୟରେ ସ୍ନେହ, ଶ୍ରଦ୍ଧା, ଭାଇଚାରାର ମନୋଭାବକୁ ଅଧିକ ମଜବୁତ କରେ । ହେଲେ ଗତ ଦୁଇବର୍ଷ ହେଲାଣି ରଜକୁ ଫିକା କରୁଛି ମହାମାରୀ । ଖାଲିଖାଲିରେ ପାଳନ ହେଉଛି ଆନନ୍ଦର ପର୍ବ ରଜ । ଗତ ୨ଥର ଘରର ଚାରିକାନ‘ ଭିତରେ ରଜ ପାଳନ ହେଉଛି । ତେବେ ଚଳିତଥର କୋରନା କଟକଣା ନଥିବାରୁ ସାଙ୍ଗସାଥୀଙ୍କ ମେଳରେ ପାଳନ ହେବ । ଅନଲାଇନ୍‌ ଓ ଫୋନକଲ ଛାଡି ଏଥର ବନ୍ଧୁସାଥୀଙ୍କ ଘରକୁ ଯାଇ ସମସ୍ତେ ରଜର ମଉଜ ଉଠାଇବେ ।
ରଜର ନିୟମ

ବନସ୍ତେ ଡାକିଲା ଗଜ, ଆଜି ହେଲା ପହିଲି ରଜ

ରଜ ପର୍ବ ପାଳନର ଅନେକ ନିୟମ ରହିଛି । ପ୍ରାୟ ପ୍ରତି ଘରେ ସେହି ନିୟମକୁ ପାଳନ କରାଯାଇ ରଜ ପର୍ବ ପାଳନ କରାଯାଇଥାଏ । ରଜ ପାଳନକୁ ନେଇ ଥିବା ସମସ୍ତ ନିୟମ ପଛରେ କିଛି ନା କିଛି କାରଣ ମଧ୍ୟ ରହିଛି । ପରମ୍ପରା ଅନୁସାରେ ଏହି ଦିନ ଭୂମି ଉପରେ ଖାଲିପାଦରେ ଚାଲିବାକୁ ମନା କରାଯାଇଥାଏ । କୁମାରୀମାନେ ଖାଲି ପାଦରେ ଚାଲନ୍ତି ନାହିଁ । ଅଧିକାଂଶ ସମୟ ଦୋଳିରେ ଝୁଲନ୍ତି ଏବଂ ଗୁଆ ଖୋଳପା କିମ୍ବା କଦଳି ପାଟୁକା ପିନ୍ଧି ଚାଲିବାର ନିୟମ ରହିଛି ।
ସେହିଭଳି ଅନ୍ୟଏକ ନିୟମ ଅନୁଯାୟୀ ଯୁବତୀଙ୍କୁ ପନିକିରେ ବସି କଟାକଟି କରିବା ମଧ୍ୟ ମନା ହୋଇଥାଏ । ଏହି ନିୟମ ପଛର କାରଣ ଯୁବତୀଙ୍କୁ ବିଶ୍ରାମ ଦେଇ ତାଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ।

ବନସ୍ତେ ଡାକିଲା ଗଜ, ଆଜି ହେଲା ପହିଲି ରଜ

ଏହି ୩ ଦିନ ଯୁବତୀ ମାନେ ଘରର କିଛି କାମ ନକରି ଖାଲି ମଉଜ ମଜଲିସ୍‌ରେ କାଟନ୍ତି । ରଜର ଅନ୍ୟଏକ ନିୟମ ହେଲା ତିନି ଦିନ ଧରି ମାଟିରେ ହଳଲଙ୍ଗଳ ମରାଯାଇନଥାଏ । ଏହି ଚାରିଦିନ ମାଟି ମା’କୁ ବିଶ୍ରାମ ଦିଆଯାଇଥାଏ । ଏହି ସମୟରେ ମନସୁନ କାରଣରୁ ହୋଇଥିବା ନୂଆ ବର୍ଷା ମାଟିକୁ ଉର୍ବର କରିଥାଏ । ତେଣୁ ଏହି ସମୟରେ ମାଟିକୁ ବିଶ୍ରାମ ଦରକାର ହୋଇଥାଏ । କାରଣ ପରେ ଏହି ମାଟିରେ ଫସଲ ଫଳିଥାଏ ।

ରଜର ତିନିଦିନ ପରେ ଚତୁର୍ଥ ଦିନକୁ ବସୁମତୀ ସ୍ନାନ ଭାବେ ପାଳନ କରାଯାଇଥାଏ । ଏହା ବସୁଧାମାତାଙ୍କ ଶୁଦ୍ଧ ସ୍ନାନ ଅଟେ । ଏହା ବସୁମତି ସ୍ନାନ ବ୍ୟତିତ ଅନେକ ନାମରେ ଗାଁ ଗଣ୍ଡାରେ ପରିଚିତ । ଯଥା ଧରାସ୍ନାନ, ମହାଲକ୍ଷ୍ମୀ ସ୍ନାନ, ମହାଲକ୍ଷ୍ମୀ ଗାଧୁଆ ଓ ଠାକୁରାଣୀ ଗାଧୁଆ ଭାବେ ପରିଚିତ । ଏହି ପର୍ବ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରରେ ପାଳନ କରାଯାଇଥାଏ ।

Govt

Comments are closed.