ଆସନ୍ତା ୨୪ ଘଣ୍ଟାରେ ବର୍ଷା ସମ୍ଭାବନା: ୧୪ ଜିଲ୍ଲାକୁ ସତର୍କ

ଭୁବନେଶ୍ୱର: ଜୁନ୍‌ ୨୪: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରିହଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଇନ୍ତି । ଏହାସହିତ ୧୪ ଜିଲ୍ଲାକୁ ସତର୍କ ସୂଚନା ମଧ୍ୟ ଦିଆଯାଇଛି । ସେହି ସବୁ ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ସହିତ ଘଡ଼ଘଡ଼ିର ସମ୍ଭାବନା ରହିଛି ।

ସେହି ସବୁ ଜିଲ୍ଲା ହେଲା-ଢେଙ୍କାନାଳ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର ବରଗଡ଼, ସୋନପୁର, ବୌଦ୍ଧ, କନ୍ଧମାଳ, ସମ୍ବଲପୁର, ଅନୁଗୁଳ ଏବଂ କେନ୍ଦୁଝର ।
ପ୍ରବଳ ବର୍ଷା ଓ ଘଡ଼ଘଡ଼ିର ସମ୍ଭାବନାକୁ ନଜରରେ ରଖି ସତ୍ସ୍ୟଜୀବୀଙ୍କୁ ସମୁଦ୍ରରେ ଯିବାକୁ ବାରଣ କରାଯାଇଛି । ଏହାଛଡ଼ା ରାଜ୍ୟରେ ଓଡ୍ରାଫ୍‌ ଟିମ୍‌ଙ୍କୁ ମଧ୍ୟ ପ୍ରସ୍ତୁତ ହେବାକୁ କୁହାଯାଇଛି ।

Govt

Comments are closed.