ବିଶ୍ୱ ସ୍ତରୀୟ ହେବ କଟକ ରେଳ ଷ୍ଟେସନ : ଅମୃତ ଷ୍ଟେସନ୍ ଯୋଜନା ଅଧୀନରେ ହେବ କାମ

କଟକ:ଅମୃତ ଷ୍ଟେସନ୍ ଯୋଜନା ଅଧୀନରେ ଚାଲୁ ରହିଥିବା କଟକ ରେଳ ଷ୍ଟେସନ ପୁନଃନିର୍ମାଣର ଏକ ଅଂଶ ଭାବରେ ପୂର୍ବ ପାର୍ଶ୍ଵ ଭବନ ଓ ପ୍ରବେଶ ପଥ ଆଜି ଅପରାହ୍ନରେ ରେଳ ମନ୍ତ୍ରୀ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରି ସାଧାରଣ ଲୋକଙ୍କ ପାଇଁ ଲୋକାର୍ପିତ କରିଛନ୍ତି। କଟକ ରେଳ ଷ୍ଟେସନକୁ ଏକ ଆଧୁନିକ ପରିବହନ ହବ୍ ସହ ଏକ ବିଶ୍ୱସ୍ତରୀୟ ସୁବିଧା ପ୍ରଦାନ ପାଇଁ ସେଠାରେ କରାଯାଉଥିବା ଉନ୍ନତିମୂଳକ କାମରେ ୩୦୩ କୋଟି ଟଙ୍କା ବିନିଯୋଗ କରାଯାଉଛି ।
ଏଥିରୁ ପୂର୍ବ ପ୍ରବେଶ ପଥ ଓ ପୂର୍ବ ଷ୍ଟେସନ୍ ଭବନରେ ୧୪.୬୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ୨୧ ହଜାର ୨୭୦ ବର୍ଗଫୁଟ୍ ପରିବେଷ୍ଟିତ ସମ୍ପୂର୍ଣ ଶୀତତାପ ନିୟନ୍ତ୍ରିତ ପରିବେଷ୍ଟିତ ଅଞ୍ଚଳ ଯାତ୍ରୀମାନଙ୍କୁ ଏକ ଆରାମଦାୟକ ଏବଂ ମନୋରମ ପରିବେଶ ପ୍ରଦାନ କରିବ । ଷ୍ଟେସନ ବିଲଡିଂରେ ଆଧୁନିକ ସୁବିଧା ଭାବେ ଫୁଡ୍‌କୋର୍ଟ , ଆଧୁନିକ ଶୌଚାଳୟ , ଟିକଟ୍ କାଉଣ୍ଟର , ପ୍ରତୀକ୍ଷା କ୍ଷେତ୍ର , ଏସ୍କାଲେଟର୍‌ , ଲିଫ୍ ଏବଂ ଅନ୍ୟାନ୍ୟ ସୁବିଧା ରହିଛି । ଷ୍ଟେସନ୍ ଭବନ ବାହାରେ ଏକ ବିସ୍ତୃତ ପ୍ରଶସ୍ତ ଅଞ୍ଚଳ , ପର୍ଯ୍ୟାପ୍ତ ପାକିଂ , ପିକଅପ୍ ଓ ଡ୍ରପ୍ ଅଫ୍ ସୁବିଧା ସହିତ ରହିଛି । ଷ୍ଟେସନରେ ପ୍ରଧାନମନ୍ତ୍ରୀ ଭାରତ ଜନଔଷଧୀ କେନ୍ଦ୍ର , ଏଟିଏମ୍ , ସ୍ୱୟଂଚାଳିତ ଟିକଟ୍ ଭେଣ୍ଡିଂ ମେସିନ୍ , ଏବଂ ନାବାର୍ଡ ଦ୍ବାରା ପରିଚାଳିତ ୱାନ୍ ଷ୍ଟେସନ୍ ୱାନ୍ ପ୍ରଡକ୍ଟ ଷ୍ଟଲ୍‌ରେ ଟଲି ସମର୍ଥିତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ପ୍ରସ୍ତୁତ ହସ୍ତତନ୍ତ ପ୍ରଦର୍ଶିତ ଓ ବିକ୍ରି କରାଯିବ । କେବଳ କଟକ ସହର ନୁହେଁ , ଏହି ପ୍ରବେଶ ପଥ ପାରାଦୀପ , ଜଗତସିଂହପୁର , କେନ୍ଦ୍ରାପଡ଼ା , ଯାଜପୁର , ବଡ଼ମ୍ବା , ନରସିଂହପୁର , ନିଆଳି ଭଳି ଦୂରଦୂରାନ୍ତ ଯାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖୁ ଏହି ନୂତନ ଷ୍ଟେସନ ଭବନକୁ ନିର୍ମାଣ କରାଯାଇଛି।ଆଜିର ଏହି ଉଦଘାଟନୀ ଉତ୍ସବରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କ ସମେତ କଟକ ସାଂସଦ ଭର୍ତ୍ତୃହରି ମହାତବ ଓ ବହୁ ବିଧାୟକ , ରେଳ ବିଭାଗର ବହୁ ଉଚ୍ଚ ପଦସ୍ତ ଅଧିକାରୀ ଓ ସାଧାରଣ ଲୋକ ଉପସ୍ଥିତ ରହିଥିଲେ।

Launching Ceremony of “AYUSHMAN BHARAT

Comments are closed.