ତିଗିରିଆରେ ଅବକାରୀ ବିଭାଗର ଚଢ଼ାଉ: ବିପୁଳ ପରିମାଣର ଦେଶୀ ମଦ ଜବତ

କଟକ:କଟକ ଜିଲ୍ଲା ତିଗିରିଆରେ ଜବତ ହୋଇଛି ବିପୁଳ ପରିମାଣର ଦେଶୀ ମଦ। ଭିନ୍ନ ତରିକାରେ ମଦ ଲୁଚାଇ ରଖା ଯାଇଥିଲା।ଉପରେ ପାଳ ଗଦା, ଭିତରେ ମଦ ଥିଲା।କାଠ ଗଦା ଭିତରେ ବି ଲୁଚାଇ ରଖାଯାଇଥିଲା ମଦ। ଲୁଚାଛପାରେ ଚାଲିଥିଲା ଦେଶୀ ମଦ କାରବାର।କିନ୍ତୁ ଅବକାରୀ ବିଭାଗ ଓ ଜିଲ୍ଲା ପ୍ରଶାସନ ମିଳିତ ଚଢାଉରେ ସବୁ କାରବାର ଧରା ପଡି ଯାଇଛି।

ବିପୁଳ ପରିମାଣରେ ଦେଶୀ ମଦ ସହିତ ମଦ ତିଆରି କଞ୍ଚାମାଲ ଜବତ ହୋଇଛି। ଏଥିରେ ୧୦ ଟି ଅବକାରୀ ମାମଲା ରୁଜୁ ହୋଇଛି।ଆଠଗଡ଼ ଥାନା ଅନ୍ତର୍ଗତ କୋରଙ୍ଗା ଏବଂ ତିଗିରିଆ ଥାନା ଅନ୍ତର୍ଗତ ପଣସପାଟଣା, ଭିରୁଡ଼ା ଗ୍ରାମରେ ରେଡ ହୋଇଛି । ୩,୨୯୦ ଲିଟର ଦେଶୀ ମଦ ଜବତହୋଇଥିବା ବେଳେ ୨୭,୦୫୫ ଲିଟର ଗୁଡ ପୋଚ ଜବତ ହୋଇଛି। ଆଠଗଡ଼, ତିଗିରିଆ ଅବକାରୀ ଟିମ୍ ସହିତ ମୋବାଇଲ ୟୁନିଟ ରେଡରେ ସାମିଲ ହୋଇଛନ୍ତି।

Govt

Comments are closed.