ରାହୁଲଜୀ ଖୁବ୍‌ଶୀଘ୍ର ବିବାହ କରନ୍ତୁ, ମୁଁ ବିବାହ ପାଇଁ ମିଠା ଅର୍ଡର ନେବି ….

0

ନୂଆଦିଲ୍ଲୀ: ଦୀପାବଳି ଅବସରରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପୁରୁଣା ଦିଲ୍ଲୀର ଐତିହାସିକ ଘଣ୍ଟେୱାଲା ମିଠା ଦୋକାନକୁ ଯାଇ ପାରମ୍ପରିକ ମିଠା ତିଆରି ପାଇଁ ଚେଷ୍ଟା କରିଥିଲେ। ଏହି ସମୟରେ ଦୋକାନ ମାଲିକ ସୁଶାନ୍ତ ଜୈନ ରାହୁଲ ଗାନ୍ଧୀଙ୍କୁ କହିଥିଲେ ଯେ ରାହୁଲଜୀ ଖୁବ୍‌ ଶୀଘ୍ର ବିବାହ କରନ୍ତୁ। ମୁଁ ବିବାହ ପାଇଁ ମିଠା ଅର୍ଡର ନେବି। ଗାନ୍ଧୀ ଏହାପରେ ଏକ ପୋଷ୍ଟ୍‌ କରି କହିଛନ୍ତି, ‘ପୁରୁଣା ଦିଲ୍ଲୀର ପ୍ରସିଦ୍ଧ ଘଣ୍ଟେୱାଲା ମିଠା ଦୋକାନରେ ମୁଁ ବେସନ ଲଡ଼ୁ ତିଆରି କରିବାପାଇଁ ଚେଷ୍ଟା କଲି। ଶତାବ୍ଦୀ ପୁରୁଣା ଏହି ପ୍ରଖ୍ୟାତ ମିଠା ଦୋକାନାର ମଧୁରତା ଏବେ ବି ସମାନ ରହିଛି। ଏହା ଅତ୍ୟନ୍ତ ସୁଦ୍ଧ, ପାରମ୍ପରିକ ଏବଂ ହୃଦୟସ୍ପର୍ଶୀ। ଏହାପ‌ରେ ସୁଶାନ୍ତ ଜୈନ ରାହୁଲଙ୍କ ଗସ୍ତ ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା‌ କରି କହିଥିଲେ ଯେ ରାହୁଲ ଗାନ୍ଧୀ ତାଙ୍କ ଘର, ପରିବାର ଏବଂ ବନ୍ଧୁଙ୍କ ପାଇଁ ମିଠା କିଣିବାପାଇଁ ଚାହୁଥିଲେ। ମୁଁ କହିଲି ସାର୍‌ ଆପଣଙ୍କୁ ବହୁତ ବହୁତ ସ୍ବାଗତ। ଏହା ଆପଣଙ୍କ ନିଜ ଦୋକାନ। ରାହୁଲ ଏହାପରେ ଦୋକାନ ଭିତରକୁ ଆସିଲେ ଏବଂ ନିଜେ ମିଠା ତିଆରି କରିବା ସହ ମିଠା ‌ଖାଇଥିଲେ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.