ରାହୁଲ ଗାନ୍ଧୀଙ୍କୁ ପୁଣି ଇଡିର ସମନ

ନୂଆଦିଲ୍ଲୀ: ଜୁନ ୨୧: ନ୍ୟାସନାଲ ହେରାଲï ଆର୍ଥିକ ହେରଫେର ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପୁଣି ଇଡିର ସମନ । ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ପାଇଁ ତାଙ୍କୁ ସମନ କରାଯାଇଛି । ଏହା ପୂର୍ବରୁ ଗତ ସପ୍ତାହକ ମଧ୍ୟରେ ରାହୁଲ ଚାରି ଥର ଇଡି କାର୍ଯ୍ୟାଳୟକୁ ଆସି ଜେରାର ସମ୍ମୁଖୀନ ହୋଇଥିଲେ । ଗତ ୧୪, ୧୫,୧୬ ଓ ୨୦ ତାରିଖ ଚାରି ଦିନ ଧରି ଲଗାତାର ରାହୁଲ ଗାନ୍ଧୀଙ୍କୁ ପ୍ରଶ୍ନବାଣ କରିଥିଲା ଇଡି । ଗତକାଲି ୪୦ ଘଣ୍ଟାରୁ ଅଧିକ ସମୟ ଧରି ଇଡି ରାହୁଲଙ୍କୁ ମାରାଥନ ଜେରା କରିଥିଲା । ସେହିପରି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟ ଏହି ମାମଲାରେ ଇଡି ଜେରାର ସମ୍ମୁଖୀନ ହୋଇପାରନ୍ତି । ଜୁନ ୨୩ରେ ହାଜର ହେବାକୁ ସୋନିଆଙ୍କୁ ଇଡି ସମନ କରିଛି । କୋଭିଡ ପରବର୍ତ୍ତୀ ସମସ୍ୟା ପାଇଁ ସୋନିଆ ମେଡିକାଲରେ ଚିକିତ୍ସାଧୀନ ଥିବାରୁ ତାଙ୍କୁ ଜେରା ହୋଇପାରିନଥିଲା । ଗତକାଲି ସେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବାରୁ ୨୩ ତାରିଖରେ ଇଡିରେ ହାଜର ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି । ସୂଚନା ଅନୁସାରେ, ନ୍ୟାସନାଲ୍‌ ହେରାଲï ଖବରକାଗଜ ସଂସ୍ଥାକୁ ଆସୋସିଏଟେଡ୍‌ ଜର୍ଣ୍ଣାଲ୍ସ ଠାରୁ କିଣିଥିବା କମ୍ପାନୀ ୟଙ୍ଗ୍‌ ଇଣ୍ଡିଆନ୍‌ ଲିମିଟେଡର ବୋର୍ଡ ଅଫ୍‌ ଡିରେକଫର୍ସ ଅଛନ୍ତି ସୋନିଆ ଏବଂ ରାହୁଲ ତେଣୁ ଏହି ମାମଲାରେ ଉଭୟଙ୍କ ସଂପୃକ୍ତି ସନ୍ଦେହ ଘେରରେ ଥିବାରୁ ରାହୁଲଙ୍କୁ ଜେରା କରାଯାଉଛି ।

Comments are closed.