ଇଡି ସ୍କାନରରେ ରାଘବ ଚଡ୍ଡା

ନୂଆଦିଲ୍ଲୀ :ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆମ ଆଦମୀ ପାର୍ଟିର ସମସ୍ୟା ଥମିବାର ନାଁ ନେଉନାହିଁ। ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଏକ ସପ୍ଲିମେଣ୍ଟାରୀ ଚାର୍ଜସିଟ ଦାଖଲ କରାଯାଇଛି। ଇଡିର ଏହି ଚାର୍ଜସିଟରେ ଅନେକ ବଡ଼ ଖୁଲାସା ହୋଇଛି। ଚାର୍ଜସିଟରେ ବର୍ତ୍ତମାନ ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମ୍‌ପି ରାଘବ ଚଡ୍ଡାଙ୍କ ନାଁ ରହିଛି। ଯାହାକୁ ନେଇ ବର୍ତ୍ତମାନ ହଇଚଇ ସୃଷ୍ଟି କରିଛି।

ଇଡିର ଚାର୍ଜସିଟ ଅନୁଯାୟୀ, ଏଏପି ନେତା ମନୀଷ ସିସୋଡିଆଙ୍କ ପିଏ ସି ଅରବିନ୍ଦ ତାଙ୍କ ବିବୃତ୍ତିରେ ରାଘବ ଚଡ୍ଡାଙ୍କ ନାମ ରଖିଛନ୍ତି। ସି ଅରବିନ୍ଦ ତାଙ୍କ ବିବୃତ୍ତିରେ କହିଛନ୍ତି, ମନୀଷ ସିସୋଡିଆଙ୍କ ବାସଭବନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ରାଘବ ଚଡ୍ଡା, ପଞ୍ଜାବର ଏକ୍ସାଇଜ ଅଫିସର, ଅବକାରୀ ଅଧିକାରୀ ତଥା ବିଜୟ ନାୟାର ଉପସ୍ଥିତ ଥିଲେ। ସପ୍ଲିମେଣ୍ଟାରୀ ଚାର୍ଜସିଟରେ ଏମାନଙ୍କ ନାଁ ରହିଥିଲେ ମଧ୍ୟ ଦୁଇ ସାଂସଦଙ୍କୁ ଘଟଣାର ଅଭିଯୁକ୍ତ ଭାବେ ଦର୍ଶାଯାଇ ନାହିଁ।

Govt

Comments are closed.