ମୁମ୍ବାଇ: ବଲିଉଡ୍ ଇଣ୍ଡଷ୍ଟ୍ରୀରେ ଏବେ ରିମେକ୍ର ଯୁଗ ଚାଲିଛି, କିଛି ନା କିଛି ସାଉଥ ଫିଲ୍ମକୁ ହିନ୍ଦୀରେ ନିର୍ମାଣ କରାଯାଉଛି । ଏହାରି ମଧ୍ୟରେ ଆଉ ଏକ ରିମେକ୍ ଚର୍ଚ୍ଚାର ବିଷୟ ପାଲଟିଛି । ଫିଲ୍ମର ନାମ ‘ବିକ୍ରମ ଭେଦାଦ’ ଯେଉଁଥିରେ ହ୍ରିତିକ ରୋଶନ ଏବଂ ସୈଫ୍ ଅଲ୍ଲୀ ଖାନ ମୁଖ୍ୟ ଭୂମିକାରେ ଅଛନ୍ତି । ଏମାନଙ୍କ ବ୍ୟତୀତ ଫିଲ୍ମରେ ବର୍ଷିଆନ ଅଭିନେତ୍ରୀ ରାଧିକା ଆପ୍ତେ ସାମିଲ ହୋଇଛନ୍ତି । ନିକଟରେ ରାଧିକା ଫିଲ୍ମର ସୁଟିଂ ସମ୍ପୂର୍ଣ୍ଣ କରିଛନ୍ତି ।
ମୁମ୍ବାଇରେ ୧୦ ଦିନ ପର୍ଯ୍ୟନ୍ତ ରହି ରାଧିକା ସୁଟିଂ କାର୍ଯ୍ୟ ଶେଷ କରିଥିଲେ । ସେ ସୁଟିଂ ଦିନକୁ ଖୁବ ଉପଭୋଗ କରିଥିବା ରାଧିକା କହିଛନ୍ତି । ଏଥିସହ ଅଭିନେତା ସୈଫ୍ଙ୍କୁ ପ୍ରଶଂସା କରିଛନ୍ତି । ସୈଫ୍ଙ୍କ ସହ ରାଧିକା ପୂର୍ବରୁ ମଧ୍ୟ ଦୁଇଟି ପ୍ରୋଜେକଫରେ ଏକତ୍ର କାମ କରିସାରିଛନ୍ତି । ହେଲେ ପ୍ରଥମ ଥର ପାଇଁ ରାଧିକା ଅଭିନେତା ହ୍ରିତିକଙ୍କ ସହ ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି ।
ତେବେ ଏହି ଫିଲ୍ମ ଜରିଆରେ ଅଭିନେତ୍ରୀ ରାଧିକା ଦୀର୍ଘ ଦିନ ପରେ ପରଦାକୁ ପ୍ରତ୍ୟାବର୍ତ୍ତନ କରିବେ । ଏହାପୂର୍ବରୁ ସେ ଶେଷ ଥର ପାଇଁ ନେଟ୍ଫ୍ଲିକ୍ସ ଫିଲ୍ମ ‘ରାତ୍ ଅକେଲି ହୈ’ରେ ଅଭିନେତା ନୱାଜୁଦ୍ଦିନ ସିଦ୍ଧିକଙ୍କ ସହ ନଜର ଆସିଥିଲେ । ତେବେ ମୂଳ ବିକ୍ରମ ଭେଦା ନବ-ନୋୟରଙ୍କ ଆକ୍ସନ ଥ୍ରୀଲର ଫିଲ୍ମ ତାଲିମରେ ନିର୍ମାଣ ହୋଇଥିଲା, ଯେଉଁଥିରେ ଆର୍ ମାଧବାନ ଏବଂ ବିଜୟ ସେତୁପତି ମୁଖ୍ୟ ଭୂମିକାରେ ଥିଲେ ।

Comments are closed.