ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌

ସମ୍ବଲପୁର: ଜୁଲାଇ ୧୪: ସମ୍ବଲପୁର ବିଶ୍ୱବିଦ୍ୟାଳୟର ତୃତୀୟ ବର୍ଷ ଏଜୁକେସନ ପ୍ରଶ୍ନପତ୍ର ଲିକ୍‌ ହୋଇଛି । ପ୍ରଶ୍ନପତ୍ର ଲିକ୍‌ ହୋଇଥିବା କର୍ତ୍ତୃପକ୍ଷ ସ୍ୱୀକାର କରିଛନ୍ତି । ଆଜି ସକାଳେ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା ଓ ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ଅରିଜନାଲ ପ୍ରଶ୍ନପତ୍ର ସହ ମିଶୁଛି ବୋଲି ନିଜେ ସ୍ୱୀକାର କରିଛନ୍ତି କଲେଜ୍‌ କର୍ତ୍ତୃପକ୍ଷ । ତେଣୁ ଆଜି ହେବାକୁ ଥିବା ଏଜୁକେସନ ଅନର୍ସ ପରୀକ୍ଷା ବାତିଲ କରାଯାଇଛି । କେଉଁ ପରିସ୍ଥିତିରେ ପ୍ରଶ୍ନପତ୍ର ଭାଇରାଲ୍‌ ହେଲା ତଦନ୍ତ କରାଯିବ । ପ୍ରଶ୍ନପତ୍ର ସେଟ୍‌ କରିଥିବା କର୍ମଚାରୀ ହିଁ ଏପରି କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି । ଏଥିରେ ଦୋଷୀ କର୍ମଚାରୀ ଓ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅନ୍ୟପଟେ ପରବର୍ତ୍ତୀ ସମୟରେ କେବେ ପରୀକ୍ଷା କରାଯିବ, ତାହା ମଧ୍ୟ ଜଣାଇ ଦିଆଯିବ ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି ।

Comments are closed.