ସାମଗ୍ରୀ- ଅଧାକପ୍ ଅଟା, ଏକ କପ୍ ପନିର, ଅଧା କପ ପାଣିଆ ଗୁଡ, ୪ କପ ମଇଦା, ୨କପ୍ ନଡିଆ କୋରା, ୨କପ୍ ଚିନି,ଏକ ଚାମଚ ଅଳେଇଚ ଗୁଣ୍ଡ, ୩୦୦ ଗ୍ରାମ ଘିଅ
ପ୍ରଣାଳୀ – ଗୋଟିଏ ପାତ୍ରରେ ମଇଦାରେ ଲୁଣ ଓ ପାଣି ମିଶାଇ ବହଳିଆ ଆଣ ପ୍ରସ୍ତୁତ କରନ୍ତୁ । ଆଉ ଏକ ପାତ୍ରରେ ନଡିଆ କୋରା ନିଅନ୍ତୁ, ସେଥିରେ ପନିର ଓ ଚିନି ମିଶାନ୍ତୁ । ପ୍ୟାନ୍ରେ ତେଲ ଗରମ କରି ପନିର୍ ଓ ନଡିଆକୁ ଛାଣନ୍ତୁ । ଏଥିରେ ଶେଷରେ ଅଳେଇଚ ଗୁଣ୍ଡ ମିଶାନ୍ତୁ । ଆଉ ଏକ ପ୍ୟାନରେ ପୂର୍ବ ପ୍ରସ୍ତୁତ ଆଣକୁ ଗୋଲେଇ କରି ପିଠା ଭଳି କରନ୍ତୁ । ତାପରେ ଏଥିରେ ପନିର ଓ ନଡିଆ ମିଶ୍ରଣକୁ ରଖନ୍ତୁ । ଏହାକୁ ଚାରିପଟୁ ଭାଙ୍ଗି ପୋଟଳି ଆକାରର କରନ୍ତୁ । ତାପରେ ଅଧା କପ୍ ମଇଦା, ଅଟା,ଗୁଡରେ ପାଣି ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାପରେ ସେଥିରେ ସେଇ ପୋଟଳୀକୁ ବୁଡାଇ ଘିଅରେ ଛାଣନ୍ତୁ । ବ୍ରାଉନ୍ କଲର ହେଲେ ଏହି ପୁଟୁଳିକୁ କାଢି ନିଅନ୍ତୁ । ପ୍ରସ୍ତୁତ ହୋଇଗଲା ପୁଟୁଳି ପିଠା ।

Comments are closed.