ରୁଷର ରାଷ୍ଟ୍ରପତି ହେବେ ପୁଟିନଙ୍କ ଝିଅ!

ନୂଆଦିଲ୍ଲୀ: ମଇ ୨୮: ରୁଷ-ୟୁକ୍ରେନ ଯୁଦ୍ଧ ଭିତରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସ୍ୱାସ୍ଥ୍ୟକୁ ନେଇ ଅନେକ ଖବର ସାମ୍ନାକୁ ଆସିଛି । ଏପରିକି ପୁଟିନଙ୍କୁ ଗାଦିରୁ ହଟାଇବା ପାଇଁ ଷଡଯନ୍ତ୍ର ଚାଲିଥିବା ଖବର ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି । ତେବେ ଏହାରି ଭିତରେ ଆଉ ଏକ ଖବର ସାମନାକୁ ଆସିଛି । ପୁଟିନ ନିଜ ଝିଅକୁ ରୁଷର କ୍ଷମତାରେ ବସାଇବାକୁ ଯୋଜନା କରୁଛନ୍ତି । ଏଥିପାଇଁ ପାର୍ଲିଆମେଣ୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ପଦ ଦେବାକୁ ଯାଉଛନ୍ତି । ପୁଟିନଙ୍କ ଦେହାନ୍ତ ପରେ ରୁଷରେ ସ୍ଥିତି କିପରି ବଜାୟ ରହିବ ସେନେଇ କ୍ରେମଲିନ ଅଧିକାରୀମାନେ ଚିନ୍ତିତ ଅଛନ୍ତି । ରୁଷର ଏଲିଟ୍‌ ଗ୍ରୁପ ପୁଟିନଙ୍କ ବିନା ସେମାନଙ୍କ ଭବିଷ୍ୟତ କଥା ଚିନ୍ତା କରିବା ଆରମ୍ଭ କରିସାରିଛନ୍ତି । ତେବେ ସେମାନଙ୍କ ଚିନ୍ତା ଦୂର କରିପାରନ୍ତି ପୁଟିନଙ୍କ ଝିଅ କାଟେରିନା ଟିକୋନୋଭା । ତେବେ ପୁଟିନଙ୍କ ଝିଅ ରୁଷ ରାଷ୍ଟ୍ରପତି ପଦ ଅକ୍ଲେସରେ ନିର୍ବାଚିତ ହେବା ନେଇ ମଧ୍ୟ ଆଲୋଚନା ହେଉଛି ।

Comments are closed.