ଋଷ୍‌ଠାରୁ ଭାରତ ଏସ୍‌-୫୦୦ ଏବଂ ଏସ୍‌-୫୫୦ ମିସାଇଲ କିଣି ହେବ ଶକ୍ତିଶାଳୀ

ଦିଲ୍ଲୀ: ନଭେମ୍ବର ୨୩ : ଋଷ୍‌ଠାରୁ ଭାରତ ଏସ୍‌-୫୦୦ ଏବଂ ଏସ୍‌-୫୫୦ କିଣି ହେବ ଶକ୍ତିଶାଳୀ । ଭାରତକୁ ନିଜ ଶକ୍ତିଶାଳୀ ମିସାଇଲ ଦେବା ପାଇଁ ଋଷ୍‌ ମଧ୍ୟ ସଙ୍କେତ ଦେଇସାରିଛି । ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କର ଆସନ୍ତା ମାସ ୫ ତାରିଖରେ ଭାରତ ଗସ୍ତର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଦୁଇ ଦେଶ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି । ପୁଟିନଙ୍କ ଏହି ଗସ୍ତ ସମୟରେ ଭାରତକୁ ଏସ୍‌-୫୦୦ ଓ ଏସ୍‌-୫୫୦ ସାମ୍‌ ଏୟାର ଡିଫେନ୍ସ ସିଷ୍ଟମ ପ୍ରଦାନ କରିବାକୁ ପ୍ରସ୍ତାବ ଦେଇପାରେ । ଏହାସହିତ ଆମେଥିଠାରେ ପ୍ରସ୍ତାବିତ କାଲାସନିକୋଭ କାରଖାନା ପ୍ରତିଷ୍ଠା ମଧ୍ୟ ହେବାର ଚୁକ୍ତି ରହିଛି । ଏ ନେଇ ଦୁଇ ପକ୍ଷଙ୍କ ମଧ୍ୟରେ ଏକ ଉଚ୍ଚସ୍ତରୀୟ ଆଲୋଚନା ହେବ ।

ସୂଚନା ଅନୁସାରେ, ଏସ୍‌-୫୦୦ ଏବଂ ଏସ୍‌-୫୫୦ ଏକ ଅତ୍ୟାଧୁନିକ ମିସାଇଲ ପ୍ରତିରକ୍ଷା ପ୍ରଣାଳୀ । ଯାହାକି ୬୦୦ କିଲୋମିଟର ଦୂରରୁ ଶତ୍ରୁର ବାଲିଷ୍ଟିକ ମିସାଇଲ, ହାଇପରସୋନିକ କ୍ରୁଜ ମିସାଇଲ ସହିତ ଅନେକ ଯୁଦ୍ଧ ବିମାନକୁ ଧ୍ୱଂସ କରିବାକୁ ସକ୍ଷମ ରଖିଛି । ତେବେ ଆଗରୁ ଭାରତ ଋଷିଆଠାରୁ ଏସ୍‌-୪୦୦ କିଣିସାରିଛି ଏବଂ ଏହାର ଡେଲିଭରୀ ମଧ୍ୟ ଆରମ୍ଭ ହୋଇଯାଇଛି । ଏହାର ରେଞ୍ଜ୍‌ ପ୍ରାୟ ୪୦୦ କିଲୋମିଟର ।

ଋଷ୍‌ଠାରୁ ଭାରତ ଏସ୍‌-୫୦୦ ଏବଂ ଏସ୍‌-୫୫୦ ମିସାଇଲ କିଣି ହେବ ଶକ୍ତିଶାଳୀ
ଏସ୍‌-୪୦୦ ମିସାଇଲ

ଅର୍ଥାତ୍‌ ଶତ୍ରୁର ଅସ୍ତ୍ରକୁ ଏହି ଏସ୍‌-୪୦୦ ମିସାଇଲ ୪ ଶହ କିଲୋମିଟର ଦୂରରୁ ଭେଦି ନଷ୍ଟ କରିପାରିବ । ତେବେ ଭାରତ ଏସ୍‌-୫୦୦ ଓ ଏସ୍‌-୫୫୦ କିଣିଲେ ଆହୁରି ଶକ୍ତିଶାଳୀ ହୋଇପାରିବ ବୋଲି ସାମରିକ ବିଶେଷଜ୍ଞମାନେ କହିଛନ୍ତି ।

Launching Ceremony of “AYUSHMAN BHARAT

Comments are closed.