ଲିକ୍‌ ହେଲା ପୁଷ୍ପା ମୁଭିର ଷ୍ଟୋରୀ !

ହାଇଦ୍ରାବାଦ: ଜୁନ ୨୨: ଅଲୁ ଅର୍ଜୁନ ଓ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ପୁଷ୍ପା: ଦି ରାଇଜ୍‌ ସାରା ଭାରତରେ ଚହଳ ପକେଇ ଦେଇଥିଲା । ଏହାରି ଭିତରେ ନିର୍ମାତା ଏହାର ଦ୍ୱିତୀୟ ଭାଗ ତିଆରି କରିବାକୁ ଅଣ୍ଟା ଭିଡିଥିବା ବେଳେ ଏହାର ନାଁ ପୁଷ୍ପା: ଦି ରୁଲ୍‌ ରହିଛି । ନିରମାତା କହିଛନ୍ତି ଯେ ଚଳିତ ବର୍ଷ ଅଗଷ୍ଟରୁ ଏହାର ସୁଟିଂ ଆରମ୍ଭ ହେବାକୁ ଯାଉଛି । ଏହା ପରେ ପ୍ରଶଂସକଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖିବାକୁ ମିଳିଛି । କି;ୁ ସୁଟିଂ ପୂର୍ବରୁ ଫିଲ୍ମର କାହାଣୀ ଲିକ୍‌ ହୋଇଛି । ଏହି ଅନୁଯାୟୀ, ଫିଲ୍ମରେ ରଶ୍ମିକା ମନ୍ଦାନାଙ୍କ ଶ୍ରୀଭଲ୍ଲୀ ଚରିତ୍ରକୁ ବହୁତ ଛୋଟ କରି ଦିଆଯାଇଛି । ସୂଚନା ଅନୁଯାୟୀ ପୁଷ୍ପା: ଦି ରୁଲ୍‌ରେ ଶ୍ରୀଭଲ୍ଲୀଙ୍କ ମୃତ୍ୟୁ ହେଉଛି । ଏହା ସହିତ, ଫହାଦ୍‌ ଫାସିଲଙ୍କ ଚରିତ୍ର ଏଥିରେ ସମ୍ପୂର୍ଣ୍ଣ ଗୁରୁତ୍ୱପୂର୍ଣ୍ଣ ହେଉଥିବା ବେଳେ ଭୂମିକା ଅଧିକ ମଧ୍ୟ ରହିଛି । କୁହାଯାଉଛି ଯେ ଏହି ଫିଲ୍ମରେ ଭିଲେନ୍‌ ହୋଇଥିବା ଫହାଦ୍‌ ଶ୍ରୀଭଲ୍ଲୀଙ୍କୁ ହତ୍ୟା କରିବେ । ତା ପରେ ଅଲ୍ଲì ଶ୍ରୀଭଲ୍ଲୀଙ୍କ ମୃତ୍ୟୁର ପ୍ରତିଶୋଧ ନେବେ । ତେବେ ଫିଲ୍ମର କାହାଣୀ ଲିକ୍‌ ହେବା ଖବରକୁ ନିର୍ମାତା ପ୍ରତିକ୍ରିୟା କରି ନାହାଁନ୍ତି । ତେବେ ସୁକୁମାର ଓ ତାଙ୍କ ଟିମ୍‌ ଅଗଷ୍ଟରେ ଶୁଟିଂ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହାର ସ୍କ୍ରିପଫ ଲିକ୍‌ ହବା ଘଟଣାରେ କିଛି ପ୍ରତିକ୍ରିୟା ନଆସିଥିବାବେଳେ ଫିଲ୍ମକୁ ନେଇ ବେସ୍‌ ଉତ୍ସାହିତ ଅଛନ୍ତି ଦର୍ଶକ ।

Comments are closed.