‘କେଜିଏଫ୍‌’କୁ ପଛରେ ପକାଇଲା ପୁଷ୍ପା

ଫିଲ୍ମ ‘ପୁଷ୍ପା: ଦ ରାଇଜ୍‌ ’ ବକ୍ସ ଅଫିସରେ ରେକର୍ଡ କରିବାରେ ଲାଗିଛି । ସାଉଥ ସୁପରଷ୍ଟାର ଅଲ୍ଲì ଅର୍ଜୁନଙ୍କ ଏହି ଫିଲ୍ମ ବକ୍ସ ଅଫିସରେ ସୁପରହିଟ୍‌ ହେବା ସହ ଦକ୍ଷିଣଠାରୁ ଆରମ୍ଭ କରି ଉତ୍ତର ଭାରତୀୟ ସିନେପ୍ରେମୀଙ୍କ ମନରେ ଏକ ସ୍ୱତନ୍ତ୍ର ଛାପ ଛାଡ଼ିବାରେ ଲାଗିଛି । ଫିଲ୍ମଟି ରିଲିଜ୍‌ ପୂର୍ବରୁ ଏବଂ ପରେ ମଧ୍ୟ ଭାରତୀୟ ସିନେମା ଇଣ୍ଡଷ୍ଟ୍ରୀରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି ।

ଏଥିରେ ଅଲ୍ଲì ଅର୍ଜୁନଙ୍କ ଅଭିନୟ ଏକ ନୂଆ ସ୍ତରରେ ପହଞ୍ଚିଛି । ଫିଲ୍ମରେ ଅଲ୍ଲìଙ୍କ ଭିନ୍ନ ଏବଂ ନିଆରା ଅନ୍ଦାଜ ଦର୍ଶକମାନଙ୍କୁ ପ୍ରଥମରୁ ବାନ୍ଧିରଖିପାରିଛି, ଯାହା ବେଶ୍‌ ପ୍ରଶଂସନୀୟ ହୋଇପାରିଛି । ପ୍ରଶଂସକଙ୍କ ମଧ୍ୟରେ ଅଲ୍ଲìଙ୍କ ଲୋକପ୍ରିୟତା ଏବେ ଚରମସୀମାରେ ପହଞ୍ଚିଯାଇଛି । ଅଲ୍ଲìଙ୍କୁ ତାଙ୍କ ଫ୍ୟାନମାନେ ବନି କହି ସମ୍ବୋଧନ କରନ୍ତି । ତାଙ୍କ ଫିଲ୍ମର ଟ୍ରାକ୍‌ ରେକର୍ଡ ଏତେ ଦମଦାର ଯେ ଅନ୍ୟ ଆକଫର କେବଳ ଏହାର ସ୍ୱପ୍ନ ହିଁ ଦେଖିପାରିବେ ।
‘କେଜିଏଫ୍‌’କୁ ପଛରେ ପକାଇଲା ପୁଷ୍ପା

ଏପର୍ଯ୍ୟନ୍ତ ପାଖାପାଖି ୩୦ଟି ଫିଲ୍ମରେ ନଜର ଆସିଥିବା ଅଲ୍ଲìଙ୍କ କେବଳ ୩ଟି ଫିଲ୍ମ ଫ୍ଲପ୍‌ ହୋଇଛି । ସିନେ ପରିବାରରୁ ଜନ୍ମିତ ଅଲ୍ଲì ଅର୍ଜୁନଙ୍କ ପିତା ଅଲ୍ଲì ଅରବିନ୍ଦ ଫିଲ୍ମ ପ୍ରଯୋଜକ, ଜେଜେ ବାପା ଅଲ୍ଲì ରାମାଲିଙ୍ଗେୟା ପଦ୍ମବିଭୂଷଣ ସମ୍ମାନିତ ହାସ୍ୟକଳାକାର ଥିଲେ । ସାଉଥ୍‌ ସୁପରଷ୍ଟାର ଚିରଞ୍ଜୀବୀ ଅଲ୍ଲì ଅର୍ଜୁନଙ୍କ ପିଇସା ଏବଂ ପବନ କଲ୍ୟାଣ ଦାଦା ହେବେ । ମାତ୍ର ୨ ବର୍ଷ ବୟସରୁ ହିଁ ଅର୍ଜୁନ ଫିଲ୍ମ ଦୁନିଆରେ ପାଦ ରଖିଥିଲେ ।
‘କେଜିଏଫ୍‌’କୁ ପଛରେ ପକାଇଲା ପୁଷ୍ପା
୧୯୮୫ରେ ରିଲିଜ୍‌ ତେଲୁଗୁ ଫିଲ୍ମ ବିଜେତାରେ ଶିଶୁ କଳାକାର ଭାବେ ନଜର ଆସିଥିଲେ । ୨୦୦୩ରେ ଫିଲ୍ମ ଗଙ୍ଗୋତ୍ରୀଦ ଜରିଆରେ ସେ ପ୍ରଥମ ଥର ଲିଡ୍‌ ହିରୋ ଭାବେ କାମ କରିଥିଲେ । ଭିନ୍ନ ନୃତ୍ୟଶୈଳୀ କାରଣରୁ ତାଙ୍କୁ ସାଉଥ୍‌ ଇଣ୍ଡିଆନ ମାଇକଲ ଜ୍ୟାକସନ କୁହାଯାଉଛି । ତେଲୁଗୁ ସିନେମାର ସଫଳ ହିରୋ ଭାବେ ବିବେଚନା କରାଯାଉଥିବା ଅଲ୍ଲì ଗୋଟିଏ ପରେ ଗୋଟିଏ ଅନେକ ହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି ।

‘କେଜିଏଫ୍‌’କୁ ପଛରେ ପକାଇଲା ପୁଷ୍ପା
୩୦ଟି ଫିଲ୍ମରେ ତାଙ୍କର ବଳିଷ୍ଠ ଅଭିନୟ ଯୋଗୁଁ ସେ ଏପର୍ଯ୍ୟନ୍ତ ୫ଟି ଫିଲ୍ମଫେୟାର ଆୱାର୍ଡ ସାଉଥ୍‌ ଏବଂ ୨ଟି ନନ୍ଦୀ ଆୱାର୍ଡ ପାଇଛନ୍ତି । ଅଲ୍ଲì ଗୋଟିଏ ଫିଲ୍ମ ପାଇଁ ୧୬-୧୮କୋଟି ଟଙ୍କା ଚାର୍ଜ କରନ୍ତି ।
‘କେଜିଏଫ୍‌’କୁ ପଛରେ ପକାଇଲା ପୁଷ୍ପା

ଗତ ୩ ବର୍ଷ ମଧ୍ୟରେ ହିନ୍ଦୀରେ ରିଲିଜ ହୋଇଥିବା ଦକ୍ଷିଣ ଭାରତୀୟ ଫିଲ୍ମ ମଧ୍ୟରେ ୨୦୧୮ରେ ଆସିଥିବା କନ୍ନଡ ଫିଲ୍ମ କେଜିଏଫ୍‌ ଚ୍ୟାପଫର ୧ର ଅଧିକ ଚର୍ଚ୍ଚା ହୋଇଛି । ହେଲେ ଅଲ୍ଲìଙ୍କ ଅଭିନୀତ ପୁଷ୍ପା ଫିଲ୍ମ କେଜିଏଫ୍‌କୁ ମଧ୍ୟ ପଛରେ ପକାଇ ଦେଇଛି ।

Comments are closed.