ପୁରୀ ଥାଟ ରାଜା ରଣାର୍ଣ୍ଣବ ଦେବଙ୍କ ପରଲୋକ

ପୁରୀ : ଗଜପତି ମହାରାଜାଙ୍କ ସାନଭାଇଙ୍କ ପରଲୋକ। ଗଜପତି ମହାରାଜାଙ୍କ ସାନଭାଇ ତଥା ପୁରୀର ଥାଟ ରାଜା ରଣାର୍ଣ୍ଣବ ଦେବଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ରଣାର୍ଣ୍ଣବ ଦେବଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ପୁରୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ରାଜକୀୟ ପରମ୍ପରା ଅନୁଯାୟୀ ରଣାର୍ଣ୍ଣବଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବାନେଇ ସୂଚନା ମିଳିଛି।

ସୂଚନାନୁସାରେ, ରଣାର୍ଣ୍ଣବ ଦେବ ଦୀର୍ଘ ବର୍ଷ ହେବ ମାମୁଁଘର ନୀଳଗିରିରେ ରହି ଆସୁଥିଲେ । ଅସୁସ୍ଥତା ଯୋଗୁଁ ଦୀର୍ଘଦିନ ହେବ ସେ ପୁରୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ରାତି ୧୨ ଟା ପରେ ହୃଦଘାତ ଯୋଗୁଁ ତାଙ୍କର ପରଲୋକ ଘଟିଥିବା ସୂଚନା ମିଳିଛି ।

ଦିବ୍ୟସିଂହ ଦେବ ପୁରୀର ୧୪ ତମ ଗଜପତି ମହାରାଜା। ତାଙ୍କ ପିତା ବୀରକିଶୋର ଦେବଙ୍କ ମୃତ୍ୟୁ ପରେ ସେ ୧୯୭୦ ମସିହାରେ ମାତ୍ର ୧୭ ବର୍ଷ ବୟସରେ ସିଂହାସନ ଆରୋହଣ କରିଥିଲେ।

Govt

Comments are closed.