ସ୍ୱର୍ଗଦ୍ୱାରରୁ ଉଠିବ ବିଜୁବାବୁଙ୍କ ସମାଧି

ସମୟ ଲାଇଭ୍‍,୨/୧୦: ପୁରୀ  ସ୍ୱର୍ଗଦ୍ୱାର ପରିସରରୁ ବିଜୁ ପଟ୍ଟନାୟକଙ୍କ ସମାଧି ଉଠିବ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି। ବିଜୁବାବୁ କୋଟି କୋଟି ଓଡ଼ିଆଙ୍କ ହୃଦୟରେ ଅଛନ୍ତି। ଜନସାଧାରଣଙ୍କ ସେବା ପାଇଁ ବିଜୁବାବୁଙ୍କ ସମାଧିକୁ ଉତ୍ସର୍ଗ କରାଯିବା ନେଇ ସେ ଘୋଷଣା କରିଛନ୍ତି। ସ୍ୱର୍ଗଦ୍ୱାରକୁ ବିଶ୍ୱାସର ପବିତ୍ର ଭୂମି ବର୍ଣ୍ଣନା କରିବା ସହ ଏହାର ବିକାଶ ପାଇଁ ସମସ୍ତେ ସହଯୋଗ କରନ୍ତୁ ବୋଲି ସେ କହିଛନ୍ତି।
ସୂଚନା ଥାଉ କି, ଫନି ପରେ ସ୍ୱର୍ଗଦ୍ୱାର ବିଶେଷ କ୍ଷତିଗ୍ରସ୍ତ ହୋଇଥିଲା। ତେବେ ଏହାର ବିକାଶ ପାଇଁ ଶବ ଦାହ ଠାରୁ ଆରମ୍ଭ କରି ଶବ ବାହକମାନଙ୍କ ସୁବିଧା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା କରାଯିବ। ସବୁ ଋତୁରେ କିପରି ସୁବିଧାରେ ଶବଦାହ କରାଯାଇପାରିବ ତାହାକୁ ନଜରରେ ରଖି ସମସ୍ତ ବନ୍ଦୋବସ୍ତ କରାଯିବ। ଶବବାହକ ମାନଙ୍କ ପାଇଁ ବିଶ୍ରାମ କକ୍ଷ ନିର୍ମାଣ ସହ ବ୍ୟାପକ ବୃକ୍ଷରୋପଣ କରାଯିବ। ଏନେଇ ପ୍ରାଥମିକ ପର୍ଯ୍ୟାୟରେ ୫କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଏହି ଖର୍ଚ୍ଚ ହେବାକୁ ଥିବାବଳେ ଫୋନିକ୍ସ ଫାଉଣ୍ଡେସନ ସହଯୋଗରେ ଏହି ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହେବ। ତେବେ ଆସନ୍ତା ୬ ମାସରେ କାମ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Launching Ceremony of “AYUSHMAN BHARAT

Comments are closed.