ପୁରୀ : ସକାଳୁ ସକାଳୁ ପୁରୀ ବଡ଼ ଦାଣ୍ଡରେ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଦୃଶ୍ୟ I ବାଲେଶ୍ୱର ପରେ ପୁରୀରେ ଟ୍ରଲି ରେ ବୁହାହେଲେ ତିନି ଠାକୁର I ପୁରୀ ସିଂହଦ୍ୱାର ସମ୍ମୁଖରୁ ଦୋଳବେଦୀ କୋଣ ଯାଏ ନିଆ ଯାଉଥିବା ଭାଇରାଲ୍ ଭିଡିଓ ରେ ଦେଖିବାକୁ ମିଳିଛି। ଚତୁର୍ଦ୍ଧାମୂର୍ତ୍ତିଙ୍କୁ କପଡ଼ାରେ ବାନ୍ଧି, ଟ୍ରଲି ଚାଳକ ଜଣକ ସର୍ବ ସମ୍ମୁଖରେ ନେଇଥିଲେ। ମାତ୍ର ମହାପ୍ରଭୁଙ୍କୁ ଏଭଳି ଟ୍ରଲିରେ ବୋହି ନେବାକୁ ବିରୋଧ କଲେନି ସେବାୟତ କି ଭକ୍ତ। ଯାହାକି ଜଗନ୍ନାଥପ୍ରେମୀଙ୍କ ମନକୁ ବ୍ୟଥିତ କରିଛି । ଶ୍ରୀମନ୍ଦିର ପ୍ରଶାସନ ଏହାର ନିରାକରଣ ପାଇଁ କଛି କରୁ ନଥିବାରୁ ବୁଦ୍ଧିଜିବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ପୁରୀ ପୀଠରେ ପ୍ରଭୁଙ୍କୁ ଏଭଳି ବ୍ୟବହାର ଦୁଃଖଦାୟକ ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଏସମ୍ପର୍କରେ ପଚାରିବାରୁ ଟ୍ରଲି ଚାଳକ ଜଣକ କହିଥିଲେ ଯେ, ବାଲି ସାହିରୁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ନେଇ ଫେରୁଥିଲେ।
ଏହି ଘଟଣା ପୂର୍ବରୁ ବାଲେଶ୍ୱର ରେ ବି ପିକଅପ୍ ଭ୍ୟାନ୍ରେ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତିକୁ ଅତି ବେପରୁଆ ଭାବେ ବାନ୍ଧି ନେଇଥିବା ଘଟଣା ସାମ୍ନାକୁ ଆସିଥିଲା। ଯାହା ପରେ ସାରା ରାଜ୍ୟରେ ଏନେଇ ଆଲୋଡନ ସୃଷ୍ଟି ହୋଇଥିଲା। ଶେଷରେ ଏନେଇ ସମ୍ପୃକ୍ତ ଟେଣ୍ଟ ସଂସ୍ଥାର ମାଲିକ କ୍ଷମା ପ୍ରାର୍ଥନା କରିଥିଲେ।
Comments are closed.