ଖୋଲିଲା ସ୍ୱର୍ଗଦ୍ୱାରରେ ପ୍ରଶାସନିକ ବ୍ଲକ୍‌ ‘କାଫେଟେରିଆ’

ପୁରୀ : ମାର୍ଚ୍ଚ ୨୧: ପୁରୀ ପ୍ରଶାସନ ତରଫରୁ ସ୍ୱର୍ଗଦ୍ୱାର ନୂଆ ରୂପ ପାଇଛି । ପ୍ରଶାସନିକ ବ୍ଲକ୍‌ ‘କାଫେଟେରିଆ’ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଏହି କ୍ରମରେ ଆଜି ସ୍ୱର୍ଗଦ୍ୱାର ପ୍ରଶାସନିକ ବ୍ଲକ୍‌, ଜାଳେଣି କାଠ କେନ୍ଦ୍ର, ପଞ୍ଜୀକରଣ କେନ୍ଦ୍ର, ପୂଜା ସାମଗ୍ରୀ ବିକ୍ରୟ କେନ୍ଦ୍ର ଓ ଚା’ ଜଳଖିଆ ଖାଇବା ପାଇଁ ଉଦ୍ଦିଷ୍ଟ କାଫେଟେରିଆ ନିର୍ମାଣ କାର୍ଯ୍ୟ ଶେଷ ହୋଇ, ଏହାକୁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଖୋଲାଯାଇଛି ।

ଖୋଲିଲା ସ୍ୱର୍ଗଦ୍ୱାରରେ ପ୍ରଶାସନିକ ବ୍ଲକ୍‌ ‘କାଫେଟେରିଆ’
ସ୍ୱର୍ଗଦ୍ୱାରର ଉନ୍ନତିକରଣ ଓ ପୁନରୁଦ୍ଧାର ପାଇଁ ରାଜ୍ୟ ସରକାର ୫କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ଶବଦାହ କରିବାକୁ ଯାଉଥିବା ବ୍ୟକ୍ତିବିଶେଷଙ୍କୁ ଦୃଷ୍ଟିରେ ରଖି ବିଭିନ୍ନ ସୁବିଧା କରାଯାଇଛି । ପୂର୍ବରୁ ସ୍ୱର୍ଗଦ୍ୱାରରେ ଗୋଟିଏ ଦିନରେ ପ୍ରାୟ ୪୦ଟି ଶବଦାହ ହୋଇପାରୁଥିଲା ବେଳେ ଏହି ଉନ୍ନତିକରଣ ନିର୍ମାଣ ଯୋଗୁଁ ଦିନକରେ ପ୍ରାୟ ୮୦ ଟି ଶବଦାହ ହୋଇପାରିବାର ବ୍ୟବସ୍ଥା ରହିଛି ।

ଶବଦାହ ପାଇଁ ସ୍ୱତନ୍ତ୍ର ପିଣ୍ଡି ଗୃହର ବ୍ୟବସ୍ଥା କରାଯାଇଛି, ଯାହାର ଉଚ୍ଚତା ୧୦.୫ ଫୁଟ । ଶୌଚାଳୟ ଓ ନୀତି ଅନୁସାରେ ଗାଧୋଇବା ପାଇଁ ସାୱାର୍‌ର ବ୍ୟବସ୍ଥା ରହିଛି । ଘରୋଇ ଯାନ ଓ ଆମ୍ବୁଲାନ୍ସ ପାଇଁ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା ରହିଛି । ଅପେକ୍ଷା କରିବ ପାଇଁ ଅପେକ୍ଷା ଗୃହ ରହିଛି । ଏହିପରିକି ଶବକୁ ରଖିବା ପାଇଁ ୬ଟି ଫ୍ରିଜର୍‌ ରହିଛି । ଦାହ ପାଇଁ ସ୍ୱତନ୍ତ୍ର ପିଣ୍ଡି ସହ ଅସ୍ଥି ରଖିବା ପାଇଁ ସ୍ଥାନ, ପାନୀୟ ଜଳ ବ୍ୟବସ୍ଥା, ସିସିଟିଭି, ୱାଇଫାଇ ବ୍ୟବସ୍ଥା ଆଦି କରାଯାଇଛି ।

ଖୋଲିଲା ସ୍ୱର୍ଗଦ୍ୱାରରେ ପ୍ରଶାସନିକ ବ୍ଲକ୍‌ ‘କାଫେଟେରିଆ’
ଏହାବ୍ୟତିତ ସ୍ୱର୍ଗଦ୍ୱାର ପରିଷ୍କାର ପରିଚ୍ଛନ୍ନକୁ ଧ୍ୟାନରେ ରଖି ରୀତିନୀତିରେ ବ୍ୟବହାର ଫୁଲକୁ କମ୍ପେଷ୍ଟ କରିବା ପାଇଁ ବ୍ୟବସ୍ଥା ରହିଛି । ଏହି ଉନ୍ନତିକରଣ ତେଲେଙ୍ଗାନାର ମହାପ୍ରସ୍ଥାନମ ଢାଞ୍ଚାରେ ସ୍ୱର୍ଗଦ୍ୱାରର ବିକାଶ କରାଯାଇଛି ।

Govt

Comments are closed.