ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚରଣଜିତ୍ ସିଂହ ଚନ୍ନୀ ଶପଥ ପାଠ ଗ୍ରହଣ କଲେ : ଗରିବଙ୍କୁ ଇଲେକ୍ଟ୍ରି ଓ ପାଣି ବିଲ୍ ଛାଡ଼ କଲେ
ଚଣ୍ଡିଗଡ଼: ସେପ୍ଟେମ୍ବର ୨୦: ଆଜି ଚଣ୍ଡୀଗଡ଼ ରାଜଭବନରେ ଚରଣଜିତ୍ ସିଂହ ଚନ୍ନୀ ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ ଗ୍ରହଣ କରିଛନ୍ତି । ସେହିପରି ସୁଖଜିନ୍ଦର ସିଂ ରନ୍ଧାୱା ଏବଂ ଓମ୍ ପ୍ରକାଶ ସୋନି ଉଭୟ ଉପ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ପାଠ ଗ୍ରହଣ କରିଛନ୍ତି ।
ଶପଥ ପାଠ କାର୍ଯ୍ୟକ୍ରମରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ନବଜ୍ୟୋତ ସିଦ୍ଧୁ ଏବଂ ପ୍ରଭାରୀ ହରିସ ରାୱାତ ଉପସ୍ଥିତ ରହିଥିଲେ । ଶପଥ ଗ୍ରହଣ ସରିବା ପରେ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ପ୍ରେସ୍ ମିଟିଂ କରିଥିଲେ । ସେଥିରେ ସେ ଭାବୁକ ହୋଇପଡ଼ିଥିଲେ । ସେ ମିଟିଂରେ କହିଥିଲେ- ‘ମୁଁ ସାଧାରଣ ଜନତା, ଯାହାର ଘରର ଛାତ ନଥିଲା । ଆଜି କଂଗ୍ରେସ ଦଳ ସେହି ଜନତାକୁ ମୁଖ୍ୟମନ୍ତ୍ରୀ କରିଛି ।’ ଏହାସହିତ ସେ ରଜ୍ୟର ପ୍ରତ୍ୟେକ ଗରିବ ଲୋକଙ୍କ ପାଇଁ ବିଜୁଳି ଓ ପାଣି ବିଲ୍ ଛାଡ଼ କରିଥିଲେ । ତାଙ୍କର ଏହି ନିଷ୍ପତିକୁ କ୍ୟାବିନେଟ୍ ମଞ୍ଜୁର କରିଛି ।
Comments are closed.