ପଞ୍ଜାବ: ନଭେମ୍ବର ୧୩: ଚଳିତ ବର୍ଷ ଗଣତନ୍ତ୍ର ଦିବସରେ କୃଷି ଆଇନକୁ ବିରୋଧ କରି ଦିଲ୍ଲୀରେ ଚାଷୀମାନେ ଟ୍ରାକଫର ରାଲି କରିଥିଲେ । ଏଥିରେ ଦିଲ୍ଲୀ ପୋଲିସ ୮୩ ଜଣ ଚାଷୀଙ୍କୁ ଗିରଫ କରିଥିଲା । ସେହି ଗିରଫ ସମସ୍ତ ଚାଷୀଙ୍କୁ ପଞ୍ଜାବ ସରକାର ସମର୍ଥନ କରିଛନ୍ତି ଏବଂ ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଦେବେ ବୋଲି ଘୋଷଣା କରିଛନ୍ତି । ଏନେଇ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନି ଟୁଇଟ୍ କରି ସୂଚନା ଦେଇଛନ୍ତି । ପଞ୍ଜାବ ସରକାରଙ୍କ ଏହି ପଦକ୍ଷେପ କେନ୍ଦ୍ର ସରକାର ପାଇଁ ଏକ ଚ୍ୟାଲେଞ୍ଜ ହୋଇଛି । ଯାହା ପରବର୍ତ୍ତୀ ସମୟରେ ଭୟୟଙ୍କ ମଧ୍ୟରେ ବିବାଦ ବଢ଼ାଇବ ବୋଲି ଅନୁମାନ କରାଯାଉଛି । ଅନ୍ୟପକ୍ଷେ, ପଞ୍ଜାବ ଏବଂ ହରିୟାଣାର କୃଷକମାନେ ଏକ ବର୍ଷ ଧରି ଦିଲ୍ଲୀରଠାରେ ୩ଟି କୃଷି ବିଲକୁ ବିରୋଧରେ ଆନ୍ଦୋଳନ କରି ଆସୁଛନ୍ତି ।
Reiterating My Govt’s stand to support the ongoing #FarmersProtest against three black farm laws, We have decided to give Rs 2 lakh compensation to 83 people arrested by Delhi Police for carrying out a tractor rally in the national capital on 26th January, 2021.
— Charanjit S Channi (@CHARANJITCHANNI) November 12, 2021
ସୂଚନା ଥାଉଯେ, ଚଳିତ ବର୍ଷ ଜାନୁଆରୀ ୨୬ରେ ଦିଲ୍ଲୀ ପୋଲିସ ଏବଂ କୃଷକ ନେତାଙ୍କ ମଧ୍ୟରେ ଆଲୋଚନା ପରେ ଏକ ଟ୍ରାକଫର ରାଲିକୁ ନିର୍ଦ୍ଦିଷ୍ଟ ମାର୍ଗରେ ଅନୁମତି ଦିଆଯାଇଥିଲା । ହେଲେ ଚାଷୀମାନେ ପ୍ରସ୍ତାବୁ ଅମାନ୍ୟ କରି ଲାଲକିଲ୍ଲାରେ ପହଞ୍ଚିଥିଲେ । ଚାଷୀମାନେ ପ୍ରସ୍ତାବିତ ଅମାନ୍ୟ କରିବା ସହିତ ଦିଲ୍ଲୀରେ ପ୍ରବେଶ କରିବା ପାଇଁ ବ୍ୟାରିକେଡ୍ ଭାଙ୍ଗିଥିଲେ । ସେମାନେ ଲାଲକିଲ୍ଲାରେ ପ୍ରବେଶ କରି ବିବାଦୀୟ ପତାକା ଉତ୍ତୋଳନ କରିଥିଲେ । ଏହି ସବୁ କାରଣରୁ ଦିଲ୍ଲୀ ପୋଲିସ ୮୩ ଜଣ ଚାଷୀଙ୍କୁ ଗିରଫ କରିଥିଲା ।
Comments are closed.