ଇସ୍ତଫା ଦେଲେ ପଞ୍ଜାବର ମୁଖ୍ୟମନ୍ତ୍ରୀ: ପାଞ୍ଚ ଦିନ ପରେ ଶପଥପାଠ ନେବେ ନୂଆ ମୁଖ୍ୟମନ୍ତ୍ରୀ

ଚଣ୍ଡୀଗଡ଼: ମାର୍ଚ୍ଚ ୧୧: ଆଜି ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦରୁ ଚରଣଜିତ୍‌ ସିଂହ ଚନୀ ଇସ୍ତଫା ଦେଇଛନ୍ତି । ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ଦେବା ପାଇଁ ଆଜି ଅପରାହ୍ନ ପ୍ରାୟ ସାଢ଼େ ୧୨ଟା ବେଳେ ଚନୀ ଚଣ୍ଡୀଗଡ଼ସ୍ଥିତ ରାଜଭବନକୁ ଯାଇ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ଇସ୍ତଫା ଦେବା ପରେ ସେ କହିଛନ୍ତି, ପଞ୍ଜାବବାସୀଙ୍କ ସେବା ପାଇଁ ଆମେ ସର୍ବଦା ରହିଥିବୁ । ଆମେ ନିଜ ନିଜର କର୍ତ୍ତବ୍ୟ ପରିପୂରଣ କରିବା ସହ ଜନସାଧାରଣଙ୍କ ଗହଣରେ ରହିବୁ । ଗତ ୧୧୧ ଦିନରେ ଆରମ୍ଭ ହୋଇଥିବା ଜନମଙ୍ଗଳ ପ୍ରକଳ୍ପ ଏବଂ ଯୋଜନାଗୁଡ଼ିକୁ ଚାଲୁ ରଖିବାକୁ ନୂଆ ସରକାରଙ୍କୁ ଅନୁରୋଧ କରୁଛି ।

୨୦୨୨ ବିଧାନସଭା ନିର୍ବାଚନରେ କଂଗ୍ରେସ ପରାସ୍ତ ହେବା ସହ ମୁଖ୍ୟମନ୍ତ୍ରୀ ଚନୀ ମଧ୍ୟ ୨ଟିଯାକ ଆସନରୁ ପରାସ୍ତ ହୋଇଛନ୍ତି । ମାର୍ଚ୍ଚ ୧୬ ତାରିଖରେ ନବନିର୍ବାଚିତ ତଥା ଆପ୍‌ର ନେତା ଭଗୱନ୍ତ ମାନ୍‌ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ।

Govt

Comments are closed.