ଅମୃତସର : ଫେବୃଆରୀ ୧୧: ପଞ୍ଜାବ ନିର୍ବାଚନ ଯେତେ ପାଖେଇ ଆସୁଛି ପ୍ରଚାର ମଧ୍ୟ ସେତେ ଜୋର୍ଦାର ହୋଇଚାଲୁଛି । ଏହିପରିପ୍ରେକ୍ଷୀରେ ଅମୃତସରର ପୂର୍ବ ବିଧାନସଭା ଆସନରୁ କଂଗ୍ରେସ ପକ୍ଷରୁ ନବଜ୍ୟୋତ ସିଂହ ସିନ୍ଧୁଙ୍କ ପ୍ରଚାର ପାଇଁ ତାଙ୍କ ଝିଅ ରାବିଆ ସିନ୍ଧୁ ମଇଦାନକୁ ଓହ୍ଲାଇଛନ୍ତିି । ସେ ନିଜ ବାପାଙ୍କ ପ୍ରଚାର ପାଇଁ ବିପକ୍ଷ ଦଳର ପ୍ରାର୍ଥୀ ବିକ୍ରମ ସିଂହ ମଜିଠିଆଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ।
ରାବିଆ କହିଛନ୍ତି, ମଜିଠାରେ ଥିବା ତେଜରାତି ଦୋକାନମାନଙ୍କରେ ନିଶାବ୍ରଦ୍ୟ କାରବାର ଚାଲିଛି । ଲୋକାମାନେ ମଧ୍ୟ ଏହା ଜାଣିଛନ୍ତ, କାହାକୁ ଭୋଟ୍ ଦିଆଯିବ । ଏହାସହିତ ସେ ଆହୁର ମଧ୍ୟ କହିଛନ୍ତି ଯେ, ଯେ ପର୍ଯ୍ୟ; ତାଙ୍କ ବାପା ନିର୍ବାଚନରେ ବିଜୟ ଲାଭ ନକରିଛନ୍ତି , ସେପର୍ଯ୍ୟନ୍ତ ସେ ବିବାହ କରିବେ ନାହିଁ ।
ନିଜ ସ୍ଥାନରୁ ନିର୍ବାଚନ ନଲଢ଼ି ଅନ୍ୟ ସ୍ଥାନରୁ ନିର୍ବାଚନ କାହିଁକି ଲଢ଼ୁଛନ୍ତି ବୋଲି ରାବିଆ ଅକାଳି ଦଳର ନେତା ବିକ୍ରମ ମଜିଠିଆଙ୍କୁ ପ୍ରଶ୍ନ କରିଛନ୍ତି । ଏହାସହିତ ସେ କହିଛନ୍ତି, କଂଗ୍ରେସ କର୍ମକର୍ତ୍ତାମାନଙ୍କୁ ଧମକ ଦିଆଯାଉଛି । ମୋ ବାପାଙ୍କଠାରୁ ବିକ୍ରମ ମଜିଠିଆ ରାଜନୀତି ଶିକ୍ଷାଲାଭ କରିଛନ୍ତି । ଆଜି ସତ୍ୟ ଓ ମିଥ୍ୟା ମଧ୍ୟରେ ଯୁଦ୍ଧ ଚାଲିଛି ।
ସୂଚନା ଥାଉଯେ, ରାବିଆ ସିନ୍ଧୁ ହେଉଛନ୍ତି ଜଣେ ମଡେଲ । ଦିଲ୍ଲୀରେ ଜନ୍ମଗ୍ରହଣ କରିଥିବା ୨୬ ବର୍ଷିୟା ରାବିଆ ଲଣ୍ଡନ ସ୍ଥିତ ମାରାଙ୍ଗୋନୀ କଲେଜରୁ ଶିକ୍ଷାଲାଭ କରିଛନ୍ତି ।

Comments are closed.