ଜନଅସନ୍ତୋଷ,ଜାତୀୟ ରାଜପଥ ଅବରୋଧ

କୋଟପାଡ଼ : କୋଟପାଡ଼ ୬୩ନଂ ଜାତୀୟ ରାଜପଥର ଗୋଟିଏ ପାଶ୍ୱର୍ରେ ରହିଛି ସହରର ବୃହତ୍ତମ ପୋଖରୀ ଦେୱାନ ମୁଣ୍ଡା ଏବଂ ଅପର ପାଶ୍ୱର୍ରେ ରହିଛି ତପନ ମହାପାତ୍ରଙ୍କର ଏକାଧିକ ଏକର ଚାଷ ଜମି । ହେଲେ ସହରର ଅଳିଆ ଆବର୍ଜନା ସହ ଦୃଷିତ ଜଳ ଶ୍ରୀ ମହାପାତ୍ରଙ୍କ ଜମି ସହ ପୋଖରୀଙ୍କୁ ଦୀର୍ଘ ବର୍ଷ ହେବ ପ୍ରବେଶ କରୁଛି । ଗତ କିଛି ଦିନ ପୂର୍ବେ ପୋଖରୀକୁ ଯାଉଥିବା ଦୃଷିତ ଜଳକୁ ବନ୍ଦ କରିବା ପାଇଁ ଜଣେ ସ୍ଥାନୀୟ ଠିକଦାରଙ୍କ ନିର୍ଦ୍ଧେଶ କ୍ରମେ ପରିଷଦ ପକ୍ଷରୁ ମୋରମ ଢଳା ହେଲା । ପରେ ସହରର ସମସ୍ତ ଦୃଷିତ ଜଳ ଶ୍ରୀ ମହାପାତ୍ରଙ୍କ ଜମିକୁ ପ୍ରବେଶ କଲା । ଫସଲ ନଷ୍ଟ ହେବା ଆଶଙ୍କାରେ ଜମି ମାଲିକ ମଧ୍ୟ ମୋରମ ପକାଇ ପାଣି ଯିବା ବନ୍ଦ କଲେ । ମାମଲା କୋଟପାଡ଼ ଥାନାରେ ପହଞ୍ଚିଲା । ବିବାଦ ସେଇ ଦିନ ଠାରୁ ଆରମ୍ବ ହେଲା ।

ଏହାର ସମାଧାନ କରିବା ପାଇଁ କୋଟପାଡ଼ ସହରର ନାଗରିକ ତଥା ସାଂସଦ ପ୍ରତିନିଧି ସୁଧୀର ମହାନ୍ତି ପରିଷଦର ନିର୍ବାହୀ ଅଧିକରୀଙ୍କୁ ଏକ ଲିଖିତ ଅବଗତ କରାଇ ଥିଲେ । ତୁରନ୍ତ ସମଧାନ କରା ନ ଗଲେ ୧୬ ତାରିଖ ଦିନ ଜାତୀୟ ରାଜପଥ ଅବରୋଧ କରିବେ ବୋଲି ସୂଚେଇ ଦେଇଥିଲେ । ଏ ସମ୍ପର୍କରେ ତପନ କୁମାର ମହାପାତ୍ରଙ୍କୁ ଯୋଗାଯୋଗ କରିବାରୁ ବିଭାଗୀୟ କର୍ତୃପକ୍ଷଙ୍କ ସହ ଆଇନଜୀବୀ ଜିତେନ୍ଦ୍ର ନାଥ ମହାପାତ୍ର ,ପଙ୍କଜ କୁମାର ପାତ୍ରଙ୍କ ଉପସ୍ଥିତିରେ କୋଟପାଡ଼ ଥାନାରେ ସମସ୍ୟାର ତୁରନ୍ତ ସମଧାନ କରିବା ପାଇଁ ନିଷ୍ପତ୍ତି ହୋଇଥିଲା ବୋଲି ଗଣମାଧ୍ୟମଙ୍କୁ ସୂଚନା ପ୍ରଦାନ କରାଯାଇଥିବା ଜଣାଯାଇଛି । ଏହି ରାସ୍ତାରୋକରେ ବିଜେଡି ନେତା ସୁଧୀର ଚନ୍ଦ୍ର ମହାନ୍ତିଙ୍କ ସହ ବିକି ବିଶୋଇ, ସୀତାରାମ ବିଶ୍ୱାଳ,ଗୋପାଳ ଲାଲସିଂଦେବ,ଶିବ ପଟନାୟକଙ୍କ ସମେତ ବହୁ ନେତା ଓ କର୍ମୀ ସାମିଲ ଥିଲେ । ଆଇଆଇସି ଶେଷଦେବ ବେହେରା,ଚନ୍ଦ୍ରପ୍ରଭା ମହାନ୍ତି,ହରିଶ ବେହେରା,ପରିଷଦ ପକ୍ଷରୁ ଅଧ୍ୟକ୍ଷ କୋଟପାଡ଼ ଏମ ଶଙ୍କର ରାଓ, ସୁଧୀର କୁମାରନନ୍ଦୀ, କେ.ଭେଙ୍କଟେଶ୍ୱର ରାଓ ଏନଏସି ଜେଇ ଚକ୍ରଧର ସାହୁ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା ।

Launching Ceremony of “AYUSHMAN BHARAT

Comments are closed.