ଲଣ୍ଡନରେ ଏକ ଅଜବ ଧରଣର ପବ୍ ରହିଛି ଯାହା ମଧ୍ୟକୁ ଆପଣ ନା ମୋବାଇଲ୍ ଧରି ଯାଇପାରିବେ ନା କୌଣସି ଇଲେକେଫ୍ରାନିକ ଟାବଲେଟସ୍ ବ୍ୟବହାର କରିପାରିବେ । କେବଳ ଏତିକି ନୁହେଁ ଏହା ମଧ୍ୟକୁ ଅତି ଛୋଟ ଶିଶୁଙ୍କୁ ମଧ୍ୟ ଅନୁମତି ନାହିଁ । ଯେଉଁମାନେ ଟଏଲେଟ୍ ବ୍ୟବହାର କରିପାରୁଥିବେ ସେମାନେ କେବଳ ଏହା ମଧ୍ୟକୁ ଯାଇପାରିବେ । କିନ୍ତୁ କେବଳ ଏତିକିରେ କଥା ସରି ଯାଇ ନାହିଁ । ଏଠାରେ ଆହୁରି କିଛି କଡା ନିୟମ ମଧ୍ୟ ରହିଛି ଯାହା ଜାଣିଲେ ଆପଣ ଚକିତ ହୋଇଯିବେ ।
୨୦୧୯ରେ ବ୍ରିଟେନ୍ରେ ଏହି ପବ୍ ଖୋଲା ଯାଇଥିଲା । ପବ୍ର ନାମ ଦି ଫକ୍ସ ଆଣ୍ଡ ଗୁଜ୍ । ଏହି ପବ୍କୁ ଖୋଲିବାର ମାତ୍ର ୩ ସପ୍ତାହ ହୋଇନାହିଁ ଜଣେ ଗ୍ରାହକ ଏହାର ମାଲିକଙ୍କୁ ଏପରି ଗାଳି କରିଥିଲେ ଯାହା ମାଲିକଙ୍କୁ ଖୁବ୍ ବାଧିଥିଲା । ଏହାପରେ ସେ ପବ୍କୁ ବନ୍ଦ କରି ଦେଇଥିଲେ । ହମ୍ଫି ସ୍ମିଥ୍ ନାମକ ଏହି ବ୍ୟକ୍ତି ଜଣକ ଏହି ଏକ କାରଣ ପାଇଁ ପବ୍କୁ ପୁରା ୩ ବର୍ଷ ଯାଏ ବନ୍ଦ କରି ଦେଇଥିଲେ ।
୩ ବର୍ଷ ବନ୍ଦ ପଡିବା ପରେ ସ୍ମିଥ୍ ଚିନ୍ତା କଲେ ପବ୍କୁ ପୁନର୍ବାର ଖୋଲିବା ପାଇଁ । ଏହାକୁ ନେଇ ମଧ୍ୟ ଏକ ରୋଚକ କାହାଣୀ ରହିଛି । ପବ୍ର ନୂଆ ମାଲିକ ଆନା ଓ ଏଲେକ୍ସ ପବ୍ର ଉପର ଘରେ ରହୁଥିଲେ । ସେମାନଙ୍କ ମନରେ ଭୟ ଥିଲା ଯଦି ଏହି ପବ୍କୁ ମାଲିକ ବିକ୍ରୀ କରିଦେବେ ତେବେ ତାଙ୍କ ଘର ମଧ୍ୟ ବିକ୍ରୀ ହୋଇଯିବ । ଏଥିପାଇଁ ସେ ମିଷ୍ଟର ସ୍ମିଥ୍ଙ୍କ ଠାରୁ ଅନୁମତି ନେଇ ଏହି ପବ୍ର ମାଲିକାନା ନିଜ ନାମରେ କରିଥିଲେ ।
କିନ୍ତୁ ମିଷ୍ଟର ସ୍ମିଥ୍ ଗୋଟିଏ ସର୍ତ୍ତରେ ଏହାକୁ ଖୋଲିବାକୁ ଅନୁମତି ଦେଇଥିଲେ । ଏହି ସର୍ତ୍ତ ଥିଲା ଗ୍ରାହକ ଏହି ପବ୍କୁ ଆସିବା ମାତ୍ରେ ପାଟି ବନ୍ଦ କରି ରଖିବ । ମଦ ପିଇ ଯେଉଁମାନେ ଗାଳି କରିବେ ସେମାନଙ୍କୁ ବାହାର କରି ଦିଆଯିବ । ସ୍ମିଥ୍ ହେଉଛନ୍ତି ବ୍ରିଟେନର ଜଣେ ପ୍ରତିପତ୍ତିଶାଳୀ ବ୍ୟକ୍ତି । ପୁରା ବ୍ରିଟେନ୍ରେ ତାଙ୍କର ୩୦୦ରୁ ଅଧିକ ପବ୍ ରହିଛି । ତେଣୁ ତାଙ୍କ କଥାକୁ କାଟିବା ଅସମ୍ଭବ । ପବ୍ ପୁନର୍ବାର ଖୋଲିବା ପରେ ଏଥିରେ ନୋଟିସ୍ ମରାଯାଇଛି ଗାଳି ଦେବା କିମ୍ବା ଖରାପ ଭାଷାରେ କଥାବାର୍ତ୍ତା କରିବା ମନା । ଏପରି କଲେ ପବ୍ରୁ କାଢି ଦିଆଯିବ ।

Comments are closed.