ସିଏଏକୁ ବିରୋଧ, ଲାଗୁ ହେଲା ୧୪୪ ଧାରା

ସମୟ ଲାଇଭ,୧୯/୧୨: ନାଗରିକତା ସଂଶୋଧନ ଆଇନ୍‍ (ସିଏଏ) ବିରୋଧରେ ପୁଣିଥରେ ସାରା ଦେଶର କେତକ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଉଛି। ଲେଫ୍ଟ ପାର୍ଟି ପକ୍ଷରୁ ଭାରତ ବନ୍ଦ ଡ଼ାକରା ଦିଆଯାଇଛି। ତେବେ ହିଂସାକୁ ଦୃଷ୍ଟିରେ ରଖି ଦେଶରେ ଅନେକ ସ୍ଥାନରେ ୧୪୪ ଧାରା ଲାଗୁ କରାଯାଇଛି। ଉତ୍ତର ପ୍ରଦେଶ, କର୍ଣ୍ଣାଟକ ସମେତ ବିକ୍ଷୋଭ ପ୍ରଦର୍ଶନର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀର କେତକ ମେଟ୍ରୋ ଷ୍ଟେସନ ବନ୍ଦ ରଖାଯାଇଛି।
ସୂଚନା ଥାଉ କି, ଆଜି ସକାଳୁ ବିହାର କେତକ ସ୍ଥାନରେ ଲେଫ୍ଟ କାର୍ଯ୍ୟକର୍ତ୍ତା ବିକ୍ଷୋଭ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ସ୍ୱରାଜ ଇଣ୍ଡିଆ ସମେତ ୬୦ ସଂଘଠନ ପକ୍ଷରୁ ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ କରାଯାଇପାରେ।
ସେହିପରି କର୍ଣ୍ଣାଟକର ବେଙ୍ଗାଲୁର ଠାରେ ମଧ୍ୟ ସିଏଏ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯିବ।
ଅନ୍ୟପଟେ ହାଇଦ୍ରାବାଦ ସରକାର ଆଜି କୌଣସି ବିକ୍ଷୋଭ କିମ୍ବା ରାଲି କରାଯିବା ପାଇଁ ଅନୁମତି ଦେଇନାହାନ୍ତି।
ସେହିପରି ମୁମ୍ବାଇରେ ମଧ୍ୟ ଅପ୍ରୀତିକର ପରିସ୍ଥିତି ନ ଉପୁଜିବା ପାଇଁ ପ୍ରଶାସନ ସତର୍କ ଥିବା ଜଣାପଡ଼ିଛି।

Launching Ceremony of “AYUSHMAN BHARAT

Comments are closed.